ଭଦ୍ରକ ପୌର କର୍ମଚାରୀଙ୍କ ଧାରଣା ଦିତୀୟ ଦିନରେ, ପ୍ରତିଶ୍ରୁତି ମିଳିବା ପରେ ପୁଣି ବସିଲେ ଧାରଣାରେ

12

Get real time updates directly on you device, subscribe now.

ଭଦ୍ରକ(ସଂଘର୍ଷ ମିଡିଆ) : – ଥମିବାର ନା କରୁନି ଭଦ୍ରକ ପୌରପାଳିକାରର ବିବାଦ । ଗତକାଲି କିଛି ହିତାଧିକାରୀ ଭତ୍ତା ଟଙ୍କାକୁ ଅନଲାଇନରେ ହିତାଧିକାରୀଙ୍କ ଖାତାକୁ ନଦେବା ପାଇଁ କିଛି କାଉନସିଲର ଏବଂ ବାହାର ଲୋକ ପୌର କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଭେଟି ଦାବୀ କରିବା ସମୟରେ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ସହିତ ଧମକ ଦେଇଥିଲେ । ଏହାପରେ ପୌର କର୍ମଚାରୀ ଅଫିସ୍ ସମ୍ମୁଖରେ ଧାରଣା ବସିଥିଲେ । ଗତକାଲି ପୌରାଧ୍ୟକ୍ଷା ଧାରଣା ସ୍ଥଳରେ ପହଞ୍ଚି ଯିଏ ଦୋଷୀ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେବାପରେ ଆନ୍ଦୋଳନରୁ ଉଠିଥିଲେ କର୍ମଚାରୀ ମାନେ। ପୌରାଧ୍ୟକ୍ଷଙ୍କ ପ୍ରତିଶ୍ରୁତି ଦେବାପରେ ଆଜି ପୁଣି ଧାରଣାରେ ବସିଛନ୍ତି କର୍ମଚାରୀମାନେ । ସେମାନେ କହିଛନ୍ତି ଯେପର୍ଯ୍ୟନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯାଇଛି ସେ ପର୍ଯ୍ୟନ୍ତ ଧାରଣା ଚାଲୁ ରହିବ। ତେବେ ଏହି ଆନ୍ଦୋଳନ ପଛରେ କ’ଣ ରହିଛି କି ରାଜନୈତିକ ଉଦ୍ଦେଶ୍ୟ ତାହା ଆଗକୁ ଜଣାପଡିବ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More