ଭଦ୍ରକ ପୌରପାଳିକା ନିର୍ବାହୀ ଅଧିକାରୀଙ୍କୁ ଦୁର୍ବ୍ୟବହାର ଅଭିଯୋଗ, ଥାନାରେ ଇତଲା ଦାୟାର

26

Get real time updates directly on you device, subscribe now.

ଭଦ୍ରକ(ସଂଘର୍ଷ ମିଡିଆ ) : ଆଜି ଥିଲା ଭଦ୍ରକ ପୌରପାଳିକାର କାଉନସିଲର ମାନଙ୍କ ବୈଠକ। ବୈଠକରେ କାର୍ଯ୍ୟ ନିର୍ବାହ ଅଧିକାରୀ ଙ୍କ ସମେତ ପୌରାଧ୍ୟଷ ଓ ସମସ୍ତ କାଉନସିଲ ମାନେ ଉପସ୍ଥିତ ଥିଲେ । ବୈଠକ ସରିବା ପରେ ପୌରପାଳିକାର କାର୍ଯ୍ୟ ନିର୍ବାହ ଅଧିକାରୀ ଦେବୀ ପ୍ରସାଦ ରାଉତ ତାଙ୍କ ଚେମ୍ବରେ ବସିଥିବା ବେଳେ ଜଣେ ଅସାମାଜିକ ଯୁବକ କାର୍ଯ୍ୟ ନିର୍ବାହ ଅଧିକାରୀଙ୍କ ଚେମ୍ବରେ ପସି ବିଭିନ୍ନ ପ୍ରକାର ଖରାପ ଭାଷାରେ ଗାଳିଗୁଲଜ କରିବା ସହ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ମାରିବାକୁ ଉଦ୍ୟମ କରିବାରୁ କାର୍ଯ୍ୟ ନିର୍ବାହ ଅଧିକାରୀ ତାଙ୍କ ଚେମ୍ବରୁ ଉଠି ପଳାଇ ଆସି ଭଦ୍ରକ ଟାଉନ ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ଭଦ୍ରକ ଏସପିଙ୍କୁ ଏ ସମ୍ପର୍କରେ ଅବଗତ କରିଛନ୍ତି। ପୋଲିସ ଯଦି ଯୁବକକୁ ତୁରନ୍ତ ଗିରଫ ନକରେ ଆଗରୁ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବୁ ବୋଲି କହିଛନ୍ତି କାର୍ଯ୍ୟ ନିର୍ବାହ ଅଧିକାରୀ ଦେବୀ ପ୍ରସାଦ ରାଉତ। ତାଙ୍କ ସହିତ ପୌରାଧ୍ୟକ୍ଷ ଓ ବହୁ କାଉନସିଲ ଉପସ୍ଥିତ ରହି କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More