ଭଦ୍ରକ ଡ଼ିଆଇବିରେ କାର୍ଯ୍ୟରତ ଗୃହ ରକ୍ଷୀଙ୍କ ଆତ୍ମହତ୍ୟା ଅଭିଯୋଗ

27

Get real time updates directly on you device, subscribe now.

ଭଦ୍ରକ ( ସଂଘର୍ଷ ମିଡିଆ ) : ଭଦ୍ରକ ଡ଼ିଆଇବିରେ କାର୍ଯ୍ୟରତ ଜଣେ ଗୃହ ରକ୍ଷୀଙ୍କ ଆତ୍ମହତ୍ୟା କରିବା ସାରା ସହର ବାସିଙ୍କୁ ମର୍ମାହତ କରିଛି। ଘଟଣାଟି ଘଟିଛି ଭଦ୍ରକ ବ୍ଲକ ଅଧିନସ୍ଥ ତଳାଙ୍ଗ ଗ୍ରାମରେ। ଗତକାଲି ଠାରୁ ଡ୍ୟୁଟିକୁ ବାହାରି ଯାଇଥିଲେ ସୁରେଶ । ରାତିରେ ୧୦ଟା ବେଳେ ଘରକୁ ଫେରିବେ ବୋଲି କହିଥିଲେ । କିନ୍ତୁ ରାତି ୧୧ଟା ପର୍ଯ୍ୟନ୍ତ ଘରକୁ ଫେରିନଥିବା ନେଇ ଫୋନ କରିବାରୁ ତାଙ୍କ ଫୋନ ଅଫ ଥିଲା ବୋଲି ଘର ଲୋକ କହିଛନ୍ତି।ଆଜି ସକାଳୁ ଗାଁ ଲୋକ ଘର ପାଖ କେନାଲ ଆଡେ ଯିବା ସମୟରେ ଗଛରେ କେହି ଜଣେ ଝୁଲୁଥିବା ନେଇ ସାହିରେ ଖବର କରିଥିଲେ ପରେ ଯାଇ ଦେଖିବାରୁ ଜାଣିବାକି ପାଇଲେ ଯେ ଆତ୍ମହତ୍ୟା କରିଥିବା ବ୍ୟକ୍ତି ଜଣକ ସୁରେଶ ରାଉତ । ତେବେ ଏନେଇ ଥାନାକୁ ଖବର ଦେଇଥିଲେ ଘର ଲୋକେ। ଘଟଣା ସ୍ଥଳରେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଆଇଆଇସି ଆଲୋକ ଜେନା ଏବଂ SDPO ସାର୍ଥକ ରାୟ ପ୍ରମୁଖ ଘଟଣା ସ୍ଥଳରେ ପହଁଚି ଶବକୁ ଜବତ କରିବା ସଙ୍ଗେ ସଙ୍ଗେ ଶବ ବ୍ୟବଚ୍ଛେଦ ପାଇଁ ମେଡ଼ିକାଲକୁ ପଠେଇଥିଲେ। ଶବ ବ୍ୟାବଛେଦ ପରେ ତାଙ୍କ ନିଜ ଗ୍ରାମକୁ ନେଇ ଯାଇଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More