ଭଦ୍ରକ(ସନହର୍ଷ ମିଡିଆ ) : : ଆଜି ହେଉଛି ବିଶ୍ଵ ବନ୍ଧୁତ୍ୱ ଦିବସ । ଯାହା ଜୀବନରେ ବନ୍ଧୁଟିଏ ନାହିଁ….. ସେ ଜୀବନ ତୁଚ୍ଛ । ପଶୁ ପକ୍ଷୀ ଠାରୁ ଆରମ୍ଭ କରି ମଣିଷ ପର୍ଯ୍ୟନ୍ତ ସମସ୍ତଙ୍କର କେହି ନା କେହି ଜଣେ ବନ୍ଧୁ ଥିବେ । ଏହି ବନ୍ଧୁତ୍ୱ ଦିବସକୁ ମନେ ପକେଇବାକୁ ଯାଇ ଆଜି ଭଦ୍ରକ ମେଡିଆ ଆସୋସିଏସନ ପକ୍ଷରୁ ଏହି ଦିନକୁ ମନେ ପକେଇବା ପାଇଁ ଭାଗବତ କଲ୍ୟାଣ ମଣ୍ଡପ ଠାରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି ଉପଲକ୍ଷେ ସାମ୍ବାଦିକଙ୍କ ସୁରକ୍ଷା ଉପରେ ବିଶେଷ ଗୁରୁତ୍ୱ ଦିଆଯିବା ଲାଗି ବରିଷ୍ଠ ସାମ୍ବାଦିକ ମାନେ ପ୍ରସ୍ତାବ ରଖିଥିଲେ । ରାଜ୍ୟ ସରକାର ଯଥାଶୀଘ୍ର ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବା ପାଇଁ ଆଜିର ଏହି ବନ୍ଧୁ ମିଳନ ଉତ୍ସବରେ ଦାବି ଉପସ୍ଥାପନ କରିଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବହୁ କାର୍ଯ୍ୟରତ ବରିଷ୍ଠ ସାମ୍ବାଦିକ ମାନେ ଯୋଗ ଦେଇଥିଲେ । ରବିନାରାୟଣ ଖିଲାରଙ୍କ ସଭାପତିତ୍ୱରେ ଉକ୍ତ କାର୍ଯ୍ୟକ୍ରମରେ ରୋଟାରୀୟନ ଅତିଶ ବେହେରା , ସାମ୍ବାଦିକ ଜ୍ଞାନ ପାଣି, ନରେନ୍ଦ୍ର ସାମଲ, ପ୍ରମୋଦ ରାୟ, ଚାରୁଦତ୍ତ ନାୟକ, ତପନ ମିଶ୍ର, ତପନ ସ୍ୱାଇଁ ମନୋରଞ୍ଜନ ବାରିକ, ମହେଶ ମିଶ୍ର, ସୁଭଦୀପ ମଲିକ ପ୍ରମୁଖ ଯୋଗ ଦେଇ ସରକାର ଯଥାଶୀଘ୍ର ସାମ୍ବାଦିକ ସୁରକ୍ଷା ଆଇନ ଆଣିବାକୁ ଦାବି କରିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରିଣ୍ଟ, ୱେବ୍ ଓ ଇଲୋକଟ୍ରୋନିକ ମିଡ଼ିଆର ବହୁ ସାମ୍ବାଦିକ ଉପସ୍ଥିତ ଥିଲେ ।