ଭଦ୍ରକ(ସଂଘର୍ଷ ମିଡିଆ ) : ଭଦ୍ରକ ଜିଲ୍ଲାରେ ଲାଉଡ଼ସ୍ପିକର ବାଛିବାକୁ ବିରୋଧ କରି ବିଜେପି ମହିଳା ମୋର୍ଚ୍ଚା ପକ୍ଷରୁ ଜିଲ୍ଲା ଆରକ୍ଷୀ ଅଧକ୍ଷକ ଜରିଆରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଭାରତ ଏକ ଧର୍ମ ନିରପେକ୍ଷ ଗଣତାନ୍ତ୍ରିକ ରାଷ୍ଟ୍ର । ସବୁ ଧର୍ମର ଏବଂ ପ୍ରତ୍ୟେକ ନାଗରିକଙ୍କ ପାଇଁ ଏଠି ସମାନ ଅଧିକାର ରହିଛି. କିନ୍ତୁ ଏହାର ଅର୍ଥ ନୁହେଁ ନିଜର ପ୍ରାର୍ଥନା ସମୟରେ ଅନ୍ୟକୁ ଶୁଣାଇବା. ଶବ୍ଦ ପ୍ରତ୍ୟୁଷଣ ସୃଷ୍ଟି କରାଇବା । କୌଣସି ଧାର୍ମିକ କାର୍ଯ୍ୟକ୍ରମ ହେଲେ ଲାଉଡ଼ସ୍ପିକର ଆଦି ବଢାଇବା ପାଇଁ ଅନୁମତି ନେବାକୁ ପଡିଥାଏ. ଶବ୍ଦ ପ୍ରଦ୍ୟୁଷଣ ବା ବାୟୁ ପ୍ରଦୂଷଣ ପାଇଁ ଦୀପାବଳୀରେ ବାଣ ଫୁଟାଇବା ଠାରୁ ଆରମ୍ଭ କରି ବିବାହ ବ୍ରତରେ ଡିଜେ ଲାଉଡ଼ସ୍ପିକର ବଜାଇବା ଉପରେ ପ୍ରଶାସନର ଅଙ୍କୁଶ ରହିଛି । କିନ୍ତୁ ଏ କ୍ଷେତ୍ରରେ ବ୍ୟତିକ୍ରମ କାହିଁକି କରାଯାଉଛି ବୋଲି ପ୍ରଶ୍ନ କରିଛି ବିଜେପି ମହିଳା ମୋର୍ଚ୍ଚାର ଜିଲ୍ଲା ସଭାନେତ୍ରୀ କହିଛନ୍ତି । ଜିଲ୍ଲାରେ ଚାଲିଥିବା ଏପରି ପ୍ରାଥନାକୁ ସେମାନେ ନିଜ ଆଡୁ ବନ୍ଦ କରନ୍ତୁ.ନଚେତ୍ ଜିଲ୍ଲା ପ୍ରଶାସନ ଓ ପୋଲିସ୍ ଏ ଦିଗରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରନ୍ତୁ. ଯଦି ଆଗାମୀ 7 ଦିନ ମଧ୍ୟରେ ଏହାର ସମାଧାନ ନ ହୁଏ. ତେବେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ବିଜେପି ମହିଳା ମୋର୍ଚ୍ଚାର ଜିଲ୍ଲା ସଭାନେତ୍ରୀ ।