ଭଦ୍ରକ ( ସଂଘର୍ଷ ମିଡିଆ ) : ଭଦ୍ରକ ଜିଲ୍ଲାରେ ଏବେ ଦିନକୁଦିନ ସ୍ଥାନୀୟ ସଂକ୍ରମଣ ମୁଣ୍ଡ ବ୍ୟଥାର କାରଣ ପଲଟିଛି। ଜିଲ୍ଲା ରେ ଆଜି 60 ଜଣ କରୋନା ସଂକ୍ରମଣ ଚିହ୍ନଟ ହେବା ପରେ, ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 484 ରେ ପହଞ୍ଚିଛି। ସେମାନଙ୍କ ମଧ୍ୟରୁ 343 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ତେବେ ଅଦ୍ୟାବଧି 140 ଜଣ ଚିକିତ୍ସିତ ହେଉଛନ୍ତି। ଆଜି ଚିହ୍ନଟ 60 ଜଣଙ୍କ ମଧ୍ୟରୁ 19 ଜଣ କ୍ୱାରାନଟାଇନ ରେ ଥିବା ଓ 41 ଜଣ ସ୍ଥାନୀୟ ସଂକ୍ରମଣ ବୋଲି ଜଣାପଡିଛି। ଯାହାକି ଜିଲ୍ଲାରେ ଚିହ୍ନଟ ହୋଇଥିବା ଆଜିର ସ୍ଥାନୀୟ ସଂକ୍ରମଣ ରେକର୍ଡ ସୃଷ୍ଟି କରିଥିବା ବେଳେ ଜିଲ୍ଲାରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ଏହା ଏବେ ଜିଲ୍ଲାପ୍ରଶାସନ ଓ ଲୋକମାନଙ୍କ ପାଇଁ ମୁଣ୍ଡ ବ୍ୟଥାର କାରଣ ପାଲଟିଛି। ଅଦ୍ୟାବଧି ଜିଲ୍ଲାରୁ ମୋଟ 15334 ଟି ନମୁନା ପରୀକ୍ଷା କରାଯାଇଥିବା ସୂଚନା ମିଳିଛି। ଏନେଇ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ଟ୍ୱିଟ ଯୋଗେ ସୂଚନା ଦେଇଛନ୍ତି।