ଭଦ୍ରକ (ସଂଘର୍ଷ ମିଡିଆ ) : ରାଜ୍ୟ ମହିଳା ଆୟୋଗ ଙ୍କ ଶିବିର ଅଦାଲତ ଦିନ ୧୦ଟା ଠାରୁ ଆରମ୍ଭ ହୋଇଛି । ଭଦ୍ରକ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହ ପରିସରରେ ମହିଳା ଆୟୋଗ ଙ୍କ ତରଫରୁ କ୍ୟାମ୍ପ କୋର୍ଟ ବା ଶିବିର ଅଦାଲତ ଆୟୋଜିତ ହୋଇଛି । ସୂଚନା ଅନୁଯାୟୀ ଏହି ଶିବିର ରେ ରାଜ୍ୟ ମହିଳା କମିଶନ ଅଧକ୍ଷା , ମିନତୀ ବେହେରା , ସଦସ୍ୟା ସ୍ନେହଞ୍ଜଳି ମହାନ୍ତି , ସ୍ବର୍ଣ୍ଣଲତା ସାମଲ , ଜଲିନା ପ୍ରିୟଦର୍ଶିନୀଙ୍କ ସମେତ ଭଦ୍ରକ ଜିଲ୍ଲାପାଳ ଜ୍ଞାନ ଦାସ ଓ ଏସପି ଚରଣ ସିଂ ମିନା,ଏଡିଏମ, ଉପଜିଲ୍ଲାପାଳଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ଥିଲେ । ତେବେ ଏହି ଶିବିରରେ 78 ଟି କେସ ର ବିଚାର ହୋଇଥିଲା । ବିଭିନ୍ନ ସମୟ ରେ ମାନ୍ୟବର ମହିଳା କମିଶନ ଙ୍କ ଦ୍ୱାରସ୍ଥ ହୋଇଥିବା ମାମଲା ର ଶୁଣାଣି ଓ ସମାଧାନ ପାଇଁ ଉଭୟ ପକ୍ଷଙ୍କୁ ହାଜର ହେବା ନେଇ ନିର୍ଦ୍ଦେଶ ଥିଲା । ତେବେ ଏହି ଶିବିର ରେ ବହୁ ମାମଲା ର ସମାଧାନ ହୋଇଥିବା ସୂଚନା ମିଳିଛି । ତେବେ ଏହି ଶିବିର ୨୦୧୯ ମସିହା ପରେ ଆଜି ବସିଥିବା ଜଣାପଡିଛି ।
Get real time updates directly on you device, subscribe now.