ଭଦ୍ରକ ଚରମ୍ପା ରେଳ ଷ୍ଟେସନରେ ରେଳ ରୋକ୍

8

Get real time updates directly on you device, subscribe now.

ଭଦ୍ରକ(ସଂଘର୍ଷ ମିଡିଆ ) : – ଭଦ୍ରକ ଚରମ୍ପାରେ ଷ୍ଟେସନରେ ରେଳ ରୋକ। ୧୯୯୭ ମସିହା ଠାରୁ ଭଦ୍ରକରୁ ଚାଲୁଥିବା ଡି.ଏମ୍.ୟୁ / ମେନୁ ଟ୍ରେନକୁ ବାଲେଶ୍ବରକୁ ଷ୍ଟେସନକୁ ସମ୍ପସାରିତ ହେବା ଯୋଗୁ ଭଦ୍ରକ ଜିଲ୍ଲା ବାସି ବହୁ ଅସୁବିଧା ସମ୍ମୁଖୀନ ହେଉଛନ୍ତି। ପୂର୍ବରୁ ଏହି ଟ୍ରେନ ଭଦ୍ରକରୁ ଭୁବନେଶ୍ୱର ଅଭିମୁଖେ ଯାଇଥିଲା ବେଳେ ଭଦ୍ରକ ଜିଲ୍ଲାର ବହୁ ଲୋକେ ସୁବିଧା ଭୋଗୁ ଥିଲେ। କିନ୍ତୁ ଏହାକୁ ପରିବର୍ତ୍ତନ କରି ଏହି ଟ୍ରେନ୍ କୁ ବାଲେଶ୍ବର ରୁ ଭୁବନେଶ୍ୱର ପର୍ଯ୍ୟନ୍ତ ସମ୍ପ୍ରସାରଣ ହେବାରୁ ଭଦ୍ରକ ଜିଲ୍ଲା ବାସୀ ମାନେ ବହୁ ଅସୁବିଧ ର ସମ୍ମୁଖୀନ ହେଉଛନ୍ତି। ଏହାକୁ ନେଇ ଆଜି ଭଦ୍ରକ ଚରମ୍ପାରେ ରେଳ ଷ୍ଟେସନରେ ଆଜି ବାଲେଶ୍ବର ରୁ ଆସୁଥିବା ମେନୁ ଟ୍ରେନକୁ ଭଦ୍ରକ ବାସୀ ମାନେ ଚରମ୍ପା ନିକଟରେ ଅଟକାଇ ବିଭିନ୍ନ ନାରାବାଜି ଦେଇଥିଲେ । ଫଳରେ ବହୁ ସମୟ ଧରି ରେଳ ଚଳାଚଳ ବାଧ୍ୟପ୍ରାପ୍ତ ହୋଇଥିଲା। ଏହି ରେଳ ରୋକରେ ଭଦ୍ରକର ପୂର୍ବତନ ବିଧାୟକ ନରେନ ପଲେଇ, ଅଜୟ ନାୟକଙ୍କ ସହ ଦଳମତ ନିର୍ବିଶେଷରେ ବହୁ ସଂଗଠନ ଓ ଯୁବକ ମାନେ ସାମିଲ ହୋଇ ରେଳରୋକ କରିଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More