ଭଦ୍ରକ(ସଂଘର୍ଷ ମିଡିଆ ) : ରାସ୍ତା କଡରେ ଛିଡା ହୋଇଥିବା ପାଣି ଟ୍ୟାଙ୍କର ପଛପଟୁ ଧକ୍କା ଦେଲା କାର, ଜଣେ ମୃତ 2 ଗୁରୁତର ହୋଇ ଭଦ୍ରକ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ମୃତକ ହେଲେ ଜଳେଶ୍ୱର ଅଞ୍ଚଳର ମହାରାଣୀ ପ୍ରଧାନ । ସୂଚନାନୁଯାୟୀ , ୧୬ନମ୍ବର ଜାତୀୟ ରାଜପଥ ଚରମ୍ପା ନିକଟରେ ଏଭଳି ଦୂର୍ଘଟଣା ଘଟିଛି । ସୂଚନା ଅନୁଯାୟୀ, ଚରମ୍ପା ନିକଟରେ ରାସ୍ତା କଡରେ ପାଣି ଟ୍ୟାଙ୍କରଟି ଛିଡା ହୋଇଥିଲା । ଭୁବନେଶ୍ୱର ଆଡୁ ଏକ କାର ଦ୍ରୁତ ଗତିରେ ଆସୁଥିବା ବେଳେ ଭାରସ୍ୟାମ ହରାଇ ଟ୍ରକ ପଛପଟୁ ଧକ୍କା ଦେଇଥିଲା. ଏପରିକି କାର ର ସମ୍ମୁଖ ଭାଗ ଟ୍ରକ ଭିତରକୁ ପଶି ଯାଇଥିଲା । ଘଟଣାସ୍ଥଳରେ ସ୍ଥାନୀୟ ଲୋକ ଓ ଅଗ୍ନିଶମ ବାହିନୀ ପହଞ୍ଚି କାର ମଧ୍ୟରେ ଥିବା ତିନି ଜଣଙ୍କୁ ଉଦ୍ଧାର କରିଥିଲେ । ଜଣଙ୍କର ଅବସ୍ଥା ସଙ୍କଟାପନ୍ନ ଥିବା ବେଳେ ଅନ୍ୟ ଦୁଇ ଜଣ ଗୁରୁତର ଅଛନ୍ତି । ଅଗ୍ନିଶମ ବାହିନୀର ଦୀର୍ଘ ସମୟ ଅକ୍ଲାନ୍ତ ଚେଷ୍ଟା ପରେ କାର ମଧ୍ୟରୁ ତିନି ଜଣଙ୍କୁ ଉଦ୍ଧାର କରାଯାଇଥିଲା। ପରେ ଗୁରୁତର ଅବସ୍ଥାରେ ଭଦ୍ରକ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଜଣଙ୍କର ମୃତ ହୋଇଛି । ଗୁରୁତର ମାନେ ଜଳେଶ୍ୱର ଅଞ୍ଚଳର ବୋଲି ଅନୁମାନ କରାଯାଉଛି। ଏମାନେ ଭୁବନେଶ୍ୱରରୁ ଜଳେଶ୍ୱରକୁ ଫେରୁଥିଲା ବେଳେ ଏହି ଦୂର୍ଘଟଣା ହୋଇଥିବା ଅନୁମାନ କରାଯାଉଛି ।