ଭଦ୍ରକ ଚରମ୍ପାରେ ବାଡ଼ ଉପାଡିବାକୁ ବିରୋଧ କରିବାରୁ ପଡୋଶୀଙ୍କ ଆକ୍ରମଣରେ ୩ ଗୁରୁତର, ମେଡିକାଲରେ ଭର୍ତ୍ତି

28

Get real time updates directly on you device, subscribe now.

ଭଦ୍ରକ(ସଂଘର୍ଷ ମିଡିଆ ) : ଭଦ୍ରକ ଟାଉନ ଥାନା ଅଧୀନସ୍ଥ ଚରମ୍ପା ବରାଳପୋଖରି ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜାଗାବାଡ଼ି ବିବାଦକୁ କେନ୍ଦ୍ର କରି ୩ଜଣକୁ ଖଣ୍ଡା, ବାଡିରେ ମରଣାତ୍ମକ ଭାବେ ଆକ୍ରମଣ କଲେ ପାଖ ପଡୋଶୀ। ତେବେ ଘଟଣାରୁ ପ୍ରକାଶ ଯେ ବହୁ ପୂର୍ବରୁ ଜାଗାବାଡ଼ି ଭାଗ ନେଇ ବିବାଦ ନଥିଲା ବେଳେ ଗତକାଲି ହଠାତ୍ କୈାଣସି କାରଣ ନଥାଇ ପାଖ ପଡୋଶୀ ବିଷ୍ଣୁ ବଲଭ ନାୟକ,କମଳାକାନ୍ତ ନାୟକ,ପ୍ରଦୀପ ନାୟକ, ଲୋକନାଥ ନାୟକ,ରାମ ନାୟକ,କୁନୁ ନାୟକ,ଶାନ୍ତିଲତା ନାୟକ,ସୀତା ନାୟକ,ପ୍ରମିଳା ନାୟକ ଏବଂ ଶାନ୍ତିଲତା ନାୟକ ଆସି ବାଡ଼ ଉପାଡୁ ଥିବାର ଦେଖି ଏହାକୁ ବିରୋଧ କରିବାରୁ ଅଭିଯୋକାରିଣୀ ସଂତୋଷିନି ନାୟକ,ଭାସ୍କର ଚନ୍ଦ୍ର ନାୟକ ଏବଂ ନୀଳାଦ୍ରି ନାୟକଙ୍କୁ ଅତି ନିର୍ମମ ଭାବେ ଖଣ୍ଡା ଏବଂ ଭୁଜାଲିରେ ଆକ୍ରମଣ କରି ଲହୁ ଲୁହାଣ କରିଥିଲେ। ପରେ ସେମାନଙ୍କୁ ଭଦ୍ରକ ମେଡିକାଲରେ ଚିକିତ୍ସିତ ହେଉଥିବା ବେଳେ ଏନେଇ ଭଦ୍ରକ ସହରାଞ୍ଚଳ ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ଆକ୍ରମଣକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରିଛନ୍ତିି ସନ୍ତୋଷୀନୀ ନାୟକ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More