ଭଦ୍ରକ(ସଂଘର୍ଷ ମିଡିଆ) : : ହାଇୱା ଧକ୍କାରେ ଜଣେ ମୃତ, ଜଣେ ଗୁରୁତର. ଭଦ୍ରକ ଦେଇ ଯାଇଥିବା 16 ନ ଜାତୀୟ ରାଜପଥ ଗେଲପୁର ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୂର୍ଘଟଣା ଘଟିଛି । ଖବର ଅନୁଯାୟୀ, ଦ୍ରୁତ ଗତିରେ ଆସୁଥିବା ହାଇୱା ଟି ପ୍ରଥମେ ସାଇକେଲ ଆରୋହୀକୁ ପଛପଟୁ ଧକ୍କା ଦେଇଥିଲା । ଘଟଣା ସ୍ଥଳରେ ସାଇକେଲ ଆରୋହୀ ଜଣଙ୍କର ମୃତ୍ୟୁ ହୋଇଥିଲା. ସାଇକେଲ ଆରୋହୀକୁ ଧକ୍ତା ଦେଇ ପରେ ବାଇକ ଆରୋହୀକୁ ଧକ୍ତା ଦେଇଥିଲା । ବାଇକ ଆରୋହୀ ଜଣକ ରାସ୍ତା କଡ଼କୁ ଛିଟିକି ପଡି ଗୁରୁତର ହୋଇଯାଇଥିଲେ, ସ୍ଥାନୀୟ ଲୋକ ଗୁରୁତର ଅବସ୍ଥାରେ ଲୋକଟିକୁ ଉଦ୍ଧାର କରି ଭଦ୍ରକ ମେଡିକାଲରେ ଭର୍ତ୍ତି କରିଥିଲେ । କିନ୍ତୁ ଅବସ୍ଥା ସଙ୍କଟାପନ୍ନ ହେବାରୁ ଗୁରୁତର ବାଇକ ଆରୋହୀଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା । ମୃତ ସାଇକେଲ ଆରୋହୀଙ୍କ ପରିଚୟ ମିଳିନଥିବା ବେଳେ, ଗୁରୁତର ବାଇକ ଆରୋହୀ ଜଣକ ଗେଲପୁର ଅଞ୍ଚଳର ହୋଇଥିବା ଜଣାପଡିଛି ।