ଭଦ୍ରକ(ସଂଘର୍ଷ ମିଡିଆ ) : ମୋଗଲ ସାମ୍ରାଜ୍ୟ ସମୟରୁ ନିଜର ସ୍ୱତନ୍ତ୍ର ପରିଚୟ ବହନ କରି ଆସୁଥିବା କୁଆସ ଅଞ୍ଚଳ ଭକ୍ତି ଆନ୍ଦୋଳନର ପୁରୋଧା ଶ୍ରୀ ଚୈତନ୍ୟଙ୍କୁ ନିଜ ବକ୍ଷରେ ଧାରଣ କରିବା ଏହି ଐତିହାସିକ ଭୂମୀ ଏବେ ବହୁ ସମସ୍ୟା ଦେଇ ଗତି କରୁଛି । ପରିମଳ ଠାରୁ ଆରମ୍ଭ କରି ଗମନାଗମନ, ପାନୀୟ ଜଳ, ବିଦ୍ୟୁତ୍ ସବୁ ବ୍ୟବସ୍ଥା ଏଠାରେ ବିପର୍ଯ୍ୟସ୍ତ । ଏ ସମସ୍ତ ସମସ୍ୟାର ସମାଧାନ ପାଇଁ ଆସନ୍ତାକାଲି ପୌର ପରିଷଦର ପ୍ରଥମ ବୈଠକରେ ଦୃଢ଼ ଦାବି ଉପସ୍ଥାପନ କରାଯିବ ବୋଲି ସ୍ଥାନୀୟ କାଉନସିଲର ଜ୍ୟୋର୍ତିମୟୀ ପଟ୍ଟନାୟକ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ସ୍ଥାନୀୟ ଯୁବନେତା ସଂଜିପ ଦାସଙ୍କ ସଭାପତିତ୍ୱେରେ ଅନୁଷ୍ଠିତ ଉକ୍ତ ସାମ୍ବାଦିକ ସମ୍ମିଳନୀରେ କାଉନସିଲର କହିଥିଲେଯେ, ପ୍ରଶାସନିକ ଅଧିକାରୀଙ୍କ ବୈମାତୃକ ମନୋଭାବ ଯୋଗୁଁ କୁଆଁସର ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ତ ଏବେ ହୋଇପଡ଼ିଛି । ତେଣୁ ବର୍ଜ୍ୟବସ୍ତୁ ଓ ନର୍ଦ୍ଦମା ପାଣି ନିଷ୍କାସନର ଏକମାତ୍ର ମାଧ୍ୟମ ସାଳନ୍ଦୀ ନଦୀକୁ ସଂଯୋଗ କରୁଥିବା ନାଳଗୁଡ଼ିକର ପୁନରୁଦ୍ଧାର ଏକାନ୍ତ ଆବଶ୍ୟକ । ତେଣୁ ଏସମସ୍ତ ସମସ୍ୟାର ସମାଧାନ ପାଇଁ ଆଗାମୀ ପୌର ବୈଠକରେ ପୌରାଧ୍ୟକ୍ଷା ଓ ନିର୍ବାହୀ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯିବ ବୋଲି ସେ କହିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ପ୍ରଭାତ ମହାନ୍ତି, ସୂର୍ଯ୍ୟବଂଶୀ ସୂରଜ, ରବିନ୍ଦ୍ର ବେହେରା, ଦେବଦତ୍ତ ଦାସ, କାଳିଆ ମହାନ୍ତି ପ୍ରମୁଖ ଉକ୍ତ ସମ୍ମିଳନୀରେ ଉପସ୍ଥିତ ରହି ବକ୍ତବ୍ୟ ରଖିଥିଲେ ।