ଭଦ୍ରକ(ସଂଘର୍ଷ ମିଡିଆ ) ; …ଭଦ୍ରକ କଲେଜ ତା’ର ପାଳନ କରିବାକୁ ଯାଉଛି ୭୫ ତମ ହୀରକ ଜୟନ୍ତୀ ଉତ୍ସବ ।ଏହି ଅବସରରେ ଆଜି ସକାଳୁ ଅନୁଷ୍ଠିତ ହୋଇ ଯାଇଛି ଗଣଦୌଡ କାର୍ଯ୍ୟକ୍ରମ । ତ୍ୟାଗଭୂମୀର ସଭାପତି ଅଜୟ ନାୟକ ଜିଲ୍ଲାପାଳଙ୍କୁ ପ୍ରଥମେ ପୁଷ୍ପଗୁଛ ଦେଇ ସ୍ବାଗତ କରିବା ପରେ ମହତାବଙ୍କ ପ୍ରତିମୃତ୍ତିରେ ବହୁ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ରହି ମାଲ୍ୟାର୍ପଣ କରିବା ପରେ ଜିଲ୍ଲାପାଳ,ବିଧାୟକ, ପୌର ପାଳିକା ଅଧ୍ୟକ୍ଷ, ପୂର୍ବତନ ବିଧାୟକ, ବିରୋଧୀ ଦଳ ନେତାଙ୍କ ସମେତ ଆଇନଜୀବୀ ଗଦାଧର ବଳ, ଅଜୟ ନାୟକ,ଯୋତି ପ୍ରକାଶ ମହାନ୍ତି, ରାକେଶ ପଣ୍ଡା, ସ୍ଵାଧୀନ ସୁନ୍ଦର ଦାସ,ଶରତ ପଢୀଆରୀ, ଅମ୍ବିକା ଦାସ,ଯୋତି ପ୍ରକାଶ ମହାକୁଡ଼ ପ୍ରମୁଖ ପତକା ଦେଖାଇ ଗଣଦୌଡକୁ ଶୁଭାରମ୍ଭ କରିଥିଲେ। ଏହି ଗଣଦୌଡ ମହତାବ ଛକଠାରୁ ବାହାରି ସହର ପରିକ୍ରମା କରି ଭଦ୍ରକ କଲେଜରେ ପହଞ୍ଚିଥିଲା । ଏହି ଅବସରରେ ଭଦ୍ରକର ଗର୍ବ ଗୈାରବ ଭଦ୍ରକ କଲେଜକୁ କିପରି ବିଶ୍ଵବିଦ୍ୟାଳୟର ମାନ୍ୟତା ପ୍ରଦାନ କରାଯିବ ସେଥିପାଇଁ ଅଜୟ ନାୟକଙ୍କ ନେତୃତ୍ବରେ ରାଜ୍ୟ ସରକାରଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଥିଲେ ଏବଂ କଲେଜର ହୀରକ ଜୟନ୍ତୀ ଉତ୍ସବ ଦଳମତ ନିର୍ବିଶେଷରେ କିପରି ଶାନ୍ତି ଶୃଙ୍ଖଳା ସହ ଅନୁଷ୍ଠିତ ହେବ ସେଥିପାଇଁ ହୀରକ ଜୟନ୍ତୀ କମିଟି ପକ୍ଷରୁ ସମସ୍ତଙ୍କର ସହଯୋଗ କାମନା କରିଥିଲେ ।