ଆଙ୍କର.. ଭଦ୍ରକର ଐତିହ୍ୟ ସଂପର୍ଣ୍ଣ ତଥା ଓଡିଶାର ଦ୍ବିତୀୟ ସର୍ବବୃହତମ ମହାବିଦ୍ୟାଳୟ ଭଦ୍ରକ କଲେଜରେ ଆଜି ପାଳିତ ହୋଇ ଯାଇଛି ୭୫ ତମ ପ୍ରତିଷ୍ଠା ଦିବସ। କଲେଜର ହୀରକ ଜୟନ୍ତି ସମାରୋହ ଏକ ବର୍ଷ ବ୍ୟାପି ପାଳିତ ହେବାକୁ ସିଦ୍ଧାନ୍ତ ହୋଇ ଥିବା ବେଳେ ଆଜି ପ୍ରତିଷ୍ଠା ଦିବସରେ ଭଦ୍ରକ ବିଧାୟକ ସଂଜିବ ମଲ୍ଲିକ, ପୌରପାଳିକାର ଅଧ୍ୟକ୍ଷା ଗୁଲମକ୍କି ହବିବ, ପୁରାତନ ଛାତ୍ର ସଂସଦ ସଭାପତି ଅଜୟ ନାୟକ, ସଭାପତି ଡ.ଦେବେନ୍ଦ୍ର ରାଉତ , ବିଜେପି ନେତା ପ୍ରଦୀପ ନାୟକ, ଛାତ୍ର ନେତା ତଥାଗତ ସାମଲ, ରାକେଶ ପଣ୍ଡା,ଅଧିବକ୍ତା, ଅଧିବକ୍ତା ଗଦାଧର ବଳ,ପ୍ରକାଶ ଜ୍ୟୋତି ମହାକୁଡ,ଜ୍ୟୋତିପ୍ରକାଶ ମହାନ୍ତି,ସ୍ବାଧିନ ସୁନ୍ଦର ଦାସ, ଅପୂର୍ବ ରଞ୍ଜନ ବେହେରା ପ୍ରମୁଖ ଶତାଧିକ ପୁରାତନ ଛାତ୍ରଛାତ୍ରୀ ଉପସ୍ଥିତ ରହି ଏକବର୍ଷ ବ୍ୟାପି ମହୋତ୍ସବର ଶୁଭ ଉଦଘାଟନ କରିଥିଲେ। ପ୍ରଥମେ କଲେଜ ପରିସରରେ ଥିବା ପ୍ରତିଷ୍ଠାତା ୰ ହରେକୃଷ୍ଣ ମହତାବ, ନରେନ୍ଦ୍ର ଦାସ, ଛକଡି ମହାନ୍ତିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ ପରେ,ପତାକା ଉତ୍ତଳନ କରା ଯାଇଥିଲା। ପରେ କଲେଜ ପରିସରରେ ବୃକ୍ଷରୋପଣ ଓ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇ ଥିଲା। ଭଦ୍ରକ ମହାବିଦ୍ୟାଳୟର ହୀରକ ଜୟନ୍ତି ଆସନ୍ତା ନଭେମ୍ବର ମାସରେ ୩ ଦିନ ବ୍ୟାପି ପାଳିତ ହେବ,ଏଥିରେ ରାଜ୍ୟର ସମସ୍ତ ପୁରାତନ ଛାତ୍ର ଉପସ୍ଥିତ ରହିବାକୁ ବିଧାୟକ ଅନୁରୋଧ କରିବା ସହ ମୁଁ ଏହି କଲେଜର ଛାତ୍ର ହିସାବରେ ଭଦ୍ରକ କଲେଜ କିପରି ବିଶ୍ବ ବିଦ୍ୟାଳୟ ହେବ ଏବଂ କଲେଜରେ ଥିବା ବିଭିନ୍ନ ସମସ୍ୟାକୁ ଯଥା ଶୀଘ୍ର ପୂରଣ କରାଯିବ ବିଧାୟକ ପ୍ରତିଶ୍ରୁତି ଦେଇଥିଲେ ।ପରେ କଲେଜ ପରିସରରେ ଅଭିଜିତ ମଜୁମଦାରଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏଥିରେ କଲେଜର ବହୁ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ ।