ଭଦ୍ରକ କଲେଜରେ ୭୫ତମ ପ୍ରତିଷ୍ଠା ଦିବସ ପାଳନ ପାଇଁ ସାମ୍ବାଦିକ ସମ୍ମିଳନୀ

30

Get real time updates directly on you device, subscribe now.

ଭଦ୍ରକ(ସଂଘର୍ଷ ମିଡିଆ) : ଭଦ୍ରକ କଲେଜ ପରିସରରେ ପୁରାତନ ଛାତ୍ର ସଂସଦ ଓ ଭଦ୍ରକ କଲେଜ ଆଲୁମୋନି ଆସୋସିଏସନ ମିଳିତ ଆନୁକୁଲ୍ୟରେ ଓଡିଶାର ଶାନ୍ତିନିକେତନ ଐତିହ ସମ୍ପର୍ଣ୍ଣ ଭଦ୍ରକ ମହାବିଦ୍ୟାଳୟର ହୀରକ ଜୟନ୍ତି ପାଳନ ପାଇଁ ପ୍ରସ୍ତୁତି ବୈଠକ ପୁରାତନ ଛାତ୍ର ସଂସଦ ସଭାପତି ଡ.ଦେବେନ୍ଦ୍ର ନାଥ ରାଉତଙ୍କ ସଭାପତିତ୍ବରେ ଏକ ବୈଠକ ତଥା ସାମ୍ବାଦିକ ସମ୍ମିଳନି ଅନୁଷ୍ଠିତ ହୋଇ ଯାଇଛି। ଚଳିତ ଜୁଲାଇ ମାସ ୬ ତାରିଖରେ ଭଦ୍ରକ କଲେଜ ତାର ୭୫ ତମ ପ୍ରତିଷ୍ଠା ଦିବସ ପାଳିବାକୁ ଯାଉଥିବାରୁ ଏଥି ପାଇଁ ଆସନ୍ତା ୩ ତାରଖ ସଖାଳେ ଏକ ସଚେତନତା ଗଣ ଦୌଡ,ସଫେଇ,ରକ୍ତଦାନ ଶିବିର ଓ ବୃକ୍ଷ ରୋପଣ ଆଦି କାର୍ଯ୍ୟକ୍ରମ ଆଦି ହାତକୁ ନିଆଯାଇଛି । ଆସନ୍ତା ୩ ତାରିଖ ରବିବାର ସକାଳୁ ମହତାବଙ୍କ ପ୍ରତିମୂର୍ତ୍ତି ଠାରୁ ଗଣ ଦୌଡକୁ ଜିଲ୍ଲାପାଳ ଶ୍ରୀ ସିଦ୍ଧେଶ୍ବର ବଳିରାମ ବନ୍ଦୋର ପତାକା ଦେଖାଇ ଶୁଭାରମ୍ଭ କରିବେ ଓ କଲେଜ ଅଧ୍ୟକ୍ଷ ସେମାନଙ୍କୁ କଲେଜ ପରିସରରେ ସ୍ବାଗତ ଜରିବା ପରେ କଲେଜରେ ପତାକା ଉତ୍ତୋଳନ କରି ହୀରକ ଜୟନ୍ତି କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ। ୬ ତାରିଖରେ ସକାଳ ୬.୩୦ ମିନିଟରେ ସ୍ବଚ୍ଛ ଭାରତ ଅଭିଯାନରେ କଲେଜ ପରିସର ସଫେଇ,୮.୩୦. ରକ୍ତଦାନ ଶିବିର, ୧୧.୦୫ରେ ସ୍ମୃତି ମନ୍ଥନ, ଅପରାହ୍ନ ୨.୩୦ରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ କଲେଜ ପରିସରରେ ୭୫ଟି ବୃକ୍ଷ ରୋପଣ କରାଯିବା ସହ ରକ୍ତଦାନ ଶିବିର ଅନୁଷ୍ଠିତ ହେବ। ଦିର୍ଘ ଏକ ବର୍ଷ ଧରି ପାଳନ କରାଯିବାକୁ ଥିବା ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସମସ୍ତ ଛାତ୍ର, ପୁରାତନ, ଛାତ୍ରଛାତ୍ରୀ ମାନଙ୍କ ସହଯୋଗ କାମନା କରିଛନ୍ତି ହୀରକ ଜୟନ୍ତି କମିଟି।ଏହି ସାମ୍ବାଦିକ ସମ୍ମିଳନୀରେ ପୁରାତନ ଛାତ୍ର ସଂସଦର ସଂପାଦକ ଅଜୟ ନାୟକ, ପୁର୍ବତନ ସଭାପତି ଡାକ୍ତର ଦୁର୍ଯ୍ୟୋଧନ ଦାସ, ସରୋଜ ତପନ ଦାସ, ଅଧିବକ୍ତା ଗଦାଧର ବଳ,ଜ୍ୟୋତି ପ୍ରକାଶ ମହାନ୍ତି ,ପ୍ରକାଶ ଜ୍ୟୋତି ମହାକୁଡ,ସ୍ବାଧିନ ସୁନ୍ଦର ଦାସ,ଆମ୍ବିକା ଦାସ, ଅମରେନ୍ଦ୍ର ବିଶ୍ବାଳ, ଯୁବନେତା ଶରତ ପଢିଆରି, ଯୁବନେତା ତଥାଗତ ସାମଲ, ପୂର୍ବତନ ଛାତ୍ର ସଂସଦର ସଂପାଦକ ପ୍ରମୁଖ ଯୋଗ ଦେଇ କଲେଜର ଐତିହ୍ୟ ତଥା ସ୍ବାଭିମାନକୁ ବଜାୟ ରଖିବାକୁ ଆହ୍ବାନ ଦେବା ସହ ହୀରକ ଜୟନ୍ତି ସମାରୋହକୁ କିପରି ଧୁମଧାମରେ ପାଳନ ହେବ ସେଥିପାଇଁ ନିବେଦନ କରିଛନ୍ତି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More