ଭଦ୍ରକ ଇଚ୍ଛାପୁର ବରାଙ୍ଗ ଗ୍ରାମରେ ୧୧୦ ବର୍ଷରେ ପଦାର୍ପଣ କଲା ଶ୍ରୀରାମ ନବମୀ ପୂଜା

9

Get real time updates directly on you device, subscribe now.

ଭଦ୍ରକ(ସଂଘର୍ଷ ମିଡିଆ) : – ଭଦ୍ରକ ବ୍ଲକ ଇଚ୍ଛାପୁର ନିକଟସ୍ଥ ବରାଙ୍ଗ ଗ୍ରାମରେ ପ୍ରତି ବର୍ଷ ପରି ଏ ବର୍ଷ ମଧ୍ୟ ଶ୍ରୀରାମ ନବମୀ ପୁଜା ମହା ଆଡମ୍ବରରେ ପାଳିତ ହେଉଛି । ଗତ ନବମୀ ତିଥିରୁ ପ୍ରଭୁ ଶ୍ରୀରାମଙ୍କର ପୁଜାର୍ଚ୍ଚନା ସହ ପ୍ରତିଦିନ ରାମଚରିତ ମାନସ ପାଠ କରା ଯାଇଛି । ଜିଲ୍ଲାର ସର୍ବ ପୁରାତନ ଏହି ଶ୍ରୀ ରାମନବମୀ ପୁଜା ଏବର୍ଷ ଶହେ ଦଶ ବର୍ଷରେ ପଦାର୍ପଣ କରି ଥିବାରୁ ଏହାକୁ ଜାକଜମକରେ ପାଳନ ପାଇଁ ବିଭିନ୍ନ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହିତ ଯାତ୍ରା ପରିବେଷଣ କରାଯାଉଛି । ପ୍ରତିଦିନ ସନ୍ଧ୍ୟାରେ ହଜାର ହଜାର ଦର୍ଶକ ଏହାର ଭରପୁର ମନୋରଂଜନ କରୁଛନ୍ତି । ଏହି ପୁଜା ଦଶ ଦିନ ଧରି ଅନୁଷ୍ଠିତ ହୋଇଥାଏ । ଏହି ଉତ୍ସବରେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ବହୁ ଶ୍ରଦ୍ଧାଳୁ ପ୍ରତି ଦିନ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ କରି ପ୍ରସାଦ ସେବନ କରିଥାନ୍ତି । ପ୍ରଭୁ ଶ୍ରୀରାମଙ୍କ ଏହି ମାନବୀୟ ଲୀଳାକୁ ଅଧିକ ଆକର୍ଶଣିୟ କରିବା ପାଇଁ ଉଦ୍ୟମ ଯାରି ରହିଛି ବୋଲି ଶ୍ରୀରାମ ନବମୀ କମିଟିର ସଭାପତି ଅଭିମନ୍ୟୁ ପଲାଇ କହିଛନ୍ତି । କମିଟିର ସଭ୍ୟ ଦାମୋଦର ବଳ, ଚିନ୍ମୟ ମଲ୍ଲିକ, ପ୍ରଫୁଲ୍ଲ ସ୍ବାଇଁ, ଅଜୟ ପଲାଇ, ହୃଷିକେଶ ପଲାଇ, ପ୍ରହଲ୍ଲାଦ ସ୍ବାଇଁ, ଦେବବ୍ରତ ବଳ,ରମେଶ ପଲାଇ ପ୍ରମୁଖଙ୍କ ସହଯୋଗରେ ଏହି ଉତ୍ସବ ଅନୁଷ୍ଠିତ ହୋଇ ଥିବାରୁ ସେ ସେମାନଙ୍କୁ କୃତଜ୍ଞତା ଅର୍ପଣ କରିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More