ଭଦ୍ରକ(ସଂଘର୍ଷ ମିଡିଆ) : ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ, ଭଦ୍ରକ ଜିଲ୍ଲାର ବୈତରଣୀ ଓ ସାଳନ୍ଦୀ ନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି. ବୈତରଣୀ ନଦୀର ଜଳସ୍ତର ଗତକାଲି ଠାରୁ ଆଜି ପର୍ଯ୍ୟାୟ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି. ସେହିପରି ଭଦ୍ରକ ସହର ଦେଇ ପ୍ରବାହିତ ହୋଇଥିବା ସାଳନ୍ଦୀ ନଦୀର ଜଳସ୍ତର ଗତ ଦୁଇଦିନ ହେବ ବଢ଼ି ବଢ଼ି ଚାଲିଛି. ସାଳନ୍ଦୀ ନଦୀର ଉପର ମୁଣ୍ଡରେ ଥିବା ହଦଗଡ଼ ଡ୍ୟାମରୁ ପ୍ରଥମେ ଦୁଇ ଗୋଟି ଓ ପରେ ଆଉ ଦୁଇ ଗୋଟି ମୋଟ ୪ଟି ଗେଟ୍ ଖୋଲିବା ଯୋଗୁଁ 2400 କ୍ୟୁସେକ ଜଳ ସାଳନ୍ଦୀ ନଦୀ ମଧ୍ଯକୁ ଛଡାଯାଇଛି. ତେବେ ଏହି ନଦୀର ରାଜଘାଟ ଠାରେ ବିପଦ ସଙ୍କେତ 17.02 ଫୁଟ ଥିବା ବେଳେ 15 ଫୁଟ ଉପରେ ବନ୍ୟା ଜଳ ପ୍ରବାହିତ ହେଉଛି . ତେବେ ହଦଗଡ଼ରୁ ଯେଉଁ 2400 କ୍ୟୁସେକ ଜଳ ଛଡାଯାଇଛି, ଆଗକୁ ଯଦି ଉପରମୁଣ୍ଡରେ ବର୍ଷା ଲାଗିରହେ ହଦଗଡ଼ରେ ଆଉ ଅଧିକ ଗେଟ୍ ଖୋଲା ଯିବାର ସମ୍ଭାବନା ରହିଛି । ଯଦି ଆଉ ଅଧିକ ପାଣି ସାଳନ୍ଦୀ ନଦୀରେ ଆସେ ଭଦ୍ରକର ତଳିଆ ଅଞ୍ଚଳରେ ବନ୍ୟା ପରିସ୍ଥିତି ଉପୁଜିବାର ସମ୍ଭାବନା ରହିଛି ବୋଲି ସାଳନ୍ଦୀ କେନାଲ ଡିଭିଜନ ପକ୍ଷରୁ ସୂଚନା ମିଳିଛି ।