ଭଦ୍ରକର ଏନ ସି ହାଇସ୍କୁଲକୁ ପୋଷ୍ୟ ବିଦ୍ୟାଳୟ ଭାବେ ଗ୍ରହଣ କଲେ ବିଧାୟକ

30

Get real time updates directly on you device, subscribe now.

ଭଦ୍ରକ(ସଂଘର୍ଷ ମିଡିଆ ) : ବିଦ୍ୟାଳୟକୁ ପୋଷ୍ୟ ବିଦ୍ୟାଳୟ ଭାବେ ଗ୍ରହଣ କଲେ ବିଧାୟକ । ବିଦ୍ୟାଳୟକୁ ସ୍ମାର୍ଟ କରିବା ସହ ଭିତ୍ତିଭୂମିର ଉନ୍ନତିକରଣ ପାଇଁ ଖର୍ଚ୍ଚ ହେବ 1 କୋଟିରୁ ଅଧିକ ଟଙ୍କା । ସୂଚନାଯୋଗ୍ୟ ଯେ ଭଦ୍ରକ ସହରର ସର୍ବ ପୂରାତନ ପୁରୁଣାବଜାର ସ୍ଥିତ ଏନ ସି ହାଇସ୍କୁଲକୁ ପୋଷ୍ୟ ସ୍କୁଲ ଭାବେ ଗ୍ରହଣ କରିଛନ୍ତି ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ । ତେବେ ପୋଷ୍ୟ ବିଦ୍ୟାଳୟ ଭାବେ ଗ୍ରହଣ କରିବା ପରେ ବିଦ୍ୟାଳୟକୁ ଯାଇ ସ୍ଥିତି ପରଖିଛନ୍ତି । ସ୍ଥାନୀୟ ବୁଦ୍ଧିଜୀବୀ , ଶିକ୍ଷାବିତଙ୍କ ସହ ବିଦ୍ୟାଳୟର ଶିକ୍ଷକ ଓ ଶିକ୍ଷୟତ୍ରିଙ୍କ ସହ ଆଲୋଚନା କରଛନ୍ତି । ଆଗାମୀ ଦିନରେ ବିଦ୍ୟାଳୟର ଉନ୍ନତିକରଣ ପାଇଁ ପ୍ରାୟ 1 କୋଟି 2 ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ ଅଟକଳ କରାଯାଇଛି । ଭଦ୍ରକ ପୌରପାଳିକା ଓ ଆର ଏଣ୍ଡ ବି ତରଫରୁ କାର୍ଯ୍ୟ ଖୁବ ଶୀଘ୍ର ଆରମ୍ଭ ହେବ । ବିଦ୍ୟାଳୟର ଉନ୍ନତି କରଣ ସହ ବିଦ୍ୟାଳୟକୁ ସ୍ମାର୍ଟ ବିଦ୍ୟାଳୟରେ ପରିଣତ କରିବା ସହ ସ୍କୁଲରେ ଫାଙ୍କା ପଡିଥିବା ବିଭିନ୍ନ ପଦବୀ ଗୁଡିକ ପୂରଣ କରି ବିଭିନ୍ନ ସମସ୍ୟାକୁ ଖୁବ ଶୀଘ୍ର ପୁରଣ କରାଯିବ ବୋଲି ଭଦ୍ରକ ବିଧାୟକ କହିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More