ଭଦ୍ରକରେ ୟୋମେ ଖିଲାଫତ୍ ଦିବସ ପାଳିତ

8

Get real time updates directly on you device, subscribe now.

ଭଦ୍ରକ(ସଂଘର୍ଷ ମିଡିଆ ) : ଅହମଦିୟା ମୁସଲିମ୍ ଜମାତ ଭଦ୍ରକ ପକ୍ଷରୁ ‘ୟୋମେ’ ଖିଲାଫତ୍ ପାଳିତ ହୋଇଯାଇଛି । ଅହମଦିଆ ମୁସଲିମ୍ ଜମାତର ପ୍ରତିଷ୍ଠାତା ହଜରତ ମିର୍ଜା ଗୁଲାମ ଅହମ୍ମଦ କାଦିୟାନିଙ୍କ ଦେହାନ୍ତ ପରେ ମହାପୁରୁଷ ମହମ୍ମଦଙ୍କ ଭବିଷ୍ୟତବାଣୀ ଅନୁଯାୟୀ ଜମାଅତ-ଏ-ଅହମଦିୟାରେ ୧୯୦୮ ମସିହା ମଇ ମାସ ୨୭ ତାରିଖ ଖିଲାଫତ ଅହମଦିଆର ପ୍ରଥା ଶୁଭାରମ୍ଭ ହୋଇଥିଲା । ବର୍ତ୍ତମାନ ଏହି ଜମାତ୍‌ର ୫ମ ଖଲିଫା ହଜରତ ମିର୍ଜା ମସରୁର ଅହମ୍ମଦଙ୍କ ତତ୍ତ୍ୱାବଧାନରେ ଅହମଦିୟା ଜମାତ୍ ବିଶ୍ୱର ୨୧୩ ଦେଶରେ ବିଶ୍ୱଶାନ୍ତି ଓ ଭାତୃତ୍ୱ ଭାବ ସ୍ଥାପନ ଓ ମାନବ ସେବା କ୍ଷେତ୍ରରେ କାର୍ଯ୍ୟ କରି ଆସୁଛି । ଏହି ଅବସରରେ ଜମାତ ଅହମଦିୟା ଭଦ୍ରକ ତରଫରୁ ପ୍ରଥମ ନମାଜ ପାଠ କରାଯିବା ପରେ ଏକ ସାମ୍ବାଦିକ ସମ୍ମିଳନୀ ମସଜିଦ ସଭାଗୃହରେ ଅନୁଷ୍ଠିତ ହୋଇଥିଲା । ଏଥିରେ ଜମାତ୍‌ର ଅଧ୍ୟକ୍ଷ ସେକ ଅବଦୁଲ କାଦର, ମୁଖ୍ୟ ପ୍ରଚାରକ ସେକ ଇସାକ୍‌, ଖିଲାଫତ ଦିବସର ଗୁରୁତ୍ୱ ଉପରେ ବକ୍ତବ୍ୟ ରଖିଥିଲେ । ପରେ ସଂଧ୍ୟାରେ ଏକ ଧର୍ମସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକମକୁ ଭଦ୍ରକ ଜମାତ ସଦସ୍ୟମାନେ ପରିଚାଳନା କରିଥିଲେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More