ଭଦ୍ରକରେ ସାଇବର ଅପରାଧକୁ ନିୟନ୍ତ୍ରଣ ପାଇଁ ସାମ୍ବାଦିକ ସମ୍ମିଳନୀ

28

Get real time updates directly on you device, subscribe now.

ଭଦ୍ରକ(ସଂଘର୍ଷ ମିଡିଆ) : -ରାଜ୍ୟରେ ଦିନକୁ ଦିନ ବୃଦ୍ଦି ପାଇବାରେ ଲାଗିଛି ସାଇବର ଅପରାଧ ଏଥିରୁ କିପରି ନିଜେ ସୁରକ୍ଷିତ ରହିବା ସହ ଅନ୍ୟମାନେ ସୁରକ୍ଷିତ ରହିବେ ଏହି ସାଇବର ଅପରାଧକୁ କିପରି ନିୟନ୍ତ୍ରଣ କରାଯିବ ଏବଂ ଲୋକମାନେ କିପରି ସଚେତନ ହେବେ ଏହାକୁ ନେଇ ଆସନ୍ତା ୨ ତାରିଖରୁ ୧୪ ତାରିଖ ପର୍ଯ୍ୟନ୍ତ ଭଦ୍ରକ ଜିଲ୍ଲାର ସମସ୍ତ ବ୍ଲକରେ ବୁଲିବ ସାଇବର ସଚେତନତା ରଥ । ଏନେଇ ଭଦ୍ରକ ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଭଦ୍ରକ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ l ଆସନ୍ତା କାଲି ୩୦ ତାରିଖରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଏହି ରଥକୁ ଉଦ୍ଘାଟନ କରିବେ । ଆସନ୍ତା ୨ତାରିଖରୁ ଜିଲ୍ଲାରେ ଥିବା ସମସ୍ତ ଥାନା ଅଂଚଳରେ ବୁଲି ଲୋକ ମାନଙ୍କୁ ସଚେତନତା ସୃଷ୍ଟି କରିବ ଏହି ରଥ । ଏଥିରେ ସ୍କୁଲର ଛାତ୍ର ଛାତ୍ରୀମାନେ, ସମାଜସେବୀ, ବିଭିନ୍ନ ଏନଜିଓ ମାନେ ସାମିଲ ହେବେ ବୋଲି କରିଛନ୍ତି ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ। ସାଇବର ଅପରାଧରୁ ନିଜକୁ କିଭଳି ସୁରକ୍ଷିତ ରଖିବେ ସେନେଇ ଲୋକଙ୍କୁ ସଚେତନ କରିବ ଏହି ରଥ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More