ଭଦ୍ରକରେ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସମ୍ମିଳନୀରେ ଯୋଗ ଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ

9

Get real time updates directly on you device, subscribe now.

ଭଦ୍ରକ(ସଂଘର୍ଷ ମିଡିଆ ) : ରାଜ୍ୟର ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ସମୀର ରଞ୍ଜନ ଦାସ ଙ୍କ ଭଦ୍ରକ ଜିଲ୍ଲା ଗସ୍ତ। ଏହି ଅବସରରେ ମନ୍ତ୍ରୀ, ଜିଲ୍ଲାର ସମସ୍ତ ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ନେଇ ଏକ ସମ୍ମିଳନୀ ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ତେବେ ବ୍ଲକ ଗ୍ରାଣ୍ଟ ହାଇସ୍କୁଲ ଗୁଡିକର ବର୍ଗୀକରଣ କରାଯାଇ ନ୍ୟୁ ଆଡ଼େଡ ସ୍କୁଲ କୁ ରୂପାନ୍ତରିତ କରାଯାଇଛି ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ। ଏଥିସହ 5T ରୂପାନ୍ତରିତ ସ୍କୁଲ ଯୋଜନାରେ ଏହି ନ୍ୟୁ ଆଡ଼େଡ ସ୍କୁଲ କୁ ମଧ୍ଯ ଅନ୍ତର୍ଭୁକ୍ତ କରାଯାଇଛି। ହେଲେ ଏହି ନ୍ୟୁ ଆଡ଼େଡ ସ୍କୁଲ ମାନଙ୍କରେ ଶିକ୍ଷକ ଅବସର ଗ୍ରହଣ କରିବା ପରେ ସେଠାରେ ପୁନଃ ନିଯୁକ୍ତି ବ୍ଯବସ୍ଥା ନଥିବା ବେଳେ ସେଠାରେ ଅତିଥି ଶିକ୍ଷକ ନିଯୁକ୍ତି ଦିଆଯିବ ବୋଲି କହିଛନ୍ତି ମନ୍ତ୍ରୀ। ଏଥିସହ ଜିଲ୍ଲାରେ ଥିବା ବିଭିନ୍ନ ବିଦ୍ୟାଳୟ ରେ ଖାଲି ପଡିଥିବା ପ୍ରଧାନ ଶିକ୍ଷକ ଓ ଶିକ୍ଷୟିତ୍ରୀ ସହ ଅନ୍ୟାନ୍ୟ ପଦବୀ କହୁ ଶୀଘ୍ର ପୂରଣ କରିବା ପାଇଁ ସରକାର ଙ୍କ ପକ୍ଷରୁ ତ୍ଵରିତ ପଦକ୍ଷେପ ଗ୍ରହଣ କରାଯାଉଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ଶିକ୍ଷାର ମାନବୃଦ୍ଧି ନିମନ୍ତେ ସରକାର ଗ୍ରହଣ କରିଥିବା ବିଭିନ୍ନ ପଦକ୍ଷେପ ରେ ଯିଏ ଅନ୍ତରାୟ ସୃଷ୍ଟି କରିବ, ତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସ୍ପଷ୍ଟ କରିଛନ୍ତି ମନ୍ତ୍ରୀ। 5T ରୂପାନ୍ତରିତ ଯୋଜନାରେ ଖୁବଶୀଘ୍ର ତୃତୀୟ ପର୍ଯ୍ୟାୟ କାର୍ଯ୍ୟ ଆରମ୍ଭ ହେବ ବୋଲି କହିବା ସହ ସରକାର ଙ୍କ ଏହି ପଦକ୍ଷେପ ଫଳରେ ରାଜ୍ୟରେ ଶିକ୍ଷାର ମାନବୃଦ୍ଧି ହୋଇଛି ବୋଲି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ସମୀର ରଞ୍ଜନ ଦାସ। 

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More