ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ବିଧାୟକଙ୍କ ବାସଭବନ ଘେରିବ କ୍ରିୟାନୁଷ୍ଠାନ କମିଟି

14

Get real time updates directly on you device, subscribe now.

ଭଦ୍ରକ (ସଂଘର୍ଷ ମିଡିଆ) : – ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଆନ୍ଦୋଳନ ପୁଣିଥରେ ମୁଣ୍ଡ ଟେକିଲା। ଆସନ୍ତା ୨୪ ତାରିଖରେ ଜିଲ୍ଲାର ସମସ୍ତ ବିଧାୟକଙ୍କ ଭୁବନେଶ୍ଵରରେ ଥିବା ବାସଭବନ ଘେରିବ ଭଦ୍ରକ କ୍ରିୟାନୁଷ୍ଠାନ କମିଟି।ଆଜି ଭଦ୍ରକ ବାଇପାସରେ ଥିବା ଜଗନ୍ନାଥ ମନ୍ଦିରରେ ଅନୁଷ୍ଠିତ ବୈଠକରେ ଏହି ନିଷ୍ପତି ହୋଇଛି । ପୂର୍ବରୁ ଦଳମତ ନିର୍ବିଶେଷରେ ବ୍ୟାପକ ଆହୋଜନ ସହ ଭଦ୍ରକ ବନ୍ଦ ମଧ୍ୟ ହୋଇଛି କିନ୍ତୁ ରାଜ୍ୟ ସରକାର ଭଦ୍ରକରେ ମେଡିକାଲ୍ କଲେଜ ପ୍ରତିଷ୍ଠା ପାଇଁ କର୍ଣ୍ଣପାତ କରୁ ନଥିବାରୁ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ମେଡିକାଲ୍ କଲେଜ ପାଇଁ ଆଗକୁ ଚରମ ପଦକ୍ଷେପ ଦିଆଯିବ ବୋଲି କହିଛନ୍ତି । ମେଡିକାଲ କଲେଜ ପ୍ରତିଷ୍ଠା ନେଇ କୈାଣସି କିଛି ଅଗ୍ରଗତୀ ନ ହେବାରୁ ଆଜିର ବୈଠକରେ ଏହି ନିଷ୍ପତି ହୋଇଛି। ଜିଲ୍ଲା କ୍ରିୟାନୁଷ୍ଠାନ କମିଟି ସଭାପତି ଡ଼ା ହରେକୃଷ୍ଣ ନାୟକଙ୍କ ସଭାପତିତ୍ବରେ ସ୍ତମ୍ଭକାର ଅଭୟ ଦ୍ବିବେଦୀ, ପ୍ରବକ୍ତା ସଂଗ୍ରାମ ଆଚାର୍ଯ୍ୟ, ଲଲାଟେନ୍ଦୁ ମହାନ୍ତି, କୈଳାସ ମହାପାତ୍ର,ସୁଧାକର ରାଉତ,ପୂର୍ବତନ ବିଧାୟକ ନରେନ ପଲାଇ,ଡାକ୍ତର ପ୍ରଦିପ ନାୟକ,ବୈଲଚନ ବେହୁରିଆ ପ୍ରମୁଖ ଉପସ୍ଥିତ ରହି ଭଦ୍ରକରେ ମେଡିକାଲ କଲେଜ ପ୍ରତିଷ୍ଠା ଆନ୍ଦୋଳନର ବିଭିନ୍ନ ଦିଗ ଉପରେ ଆଲୋକପାତ କରିବା ସହ ଭୁବନେଶ୍ୱରରେ ଥିବା ବିଧାୟକଙ୍କ ବାସଭବନ ଘେରାଉ କରିବାକୁ ନିଷ୍ପତ୍ତି ହୋଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More