ଭଦ୍ରକରେ ବିଦ୍ୟୁତ ବିଭାଗର ଜରୁରୀ ବୈଠକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ

10

Get real time updates directly on you device, subscribe now.

ଭଦ୍ରକ (ସଂଘର୍ଷ ମିଡିଆ ) : ଆଜି ଭଦ୍ରକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ବିଦ୍ୟୁତ ବିଭାଗର ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇ ଯାଇଛି । ଭଦ୍ରକ ଜିଲ୍ଲାପାଳ ତ୍ରିଲୋଚନ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସାଂସଦଙ୍କ ସମେତ ଧାମନଗର ବିଧାୟକଙ୍କୁ ଛାଡି ଜିଲ୍ଲାର ସମସ୍ତ ମାନ୍ୟବର ମାନେ ଉପସ୍ଥିତ ଥିଲେ । ଏମାନଙ୍କ ବ୍ୟତୀତ ଜିଲ୍ଲା ପ୍ରକଳ୍ପ ଉନ୍ନୟନ ନିର୍ଦ୍ଦେଶକ, ଟାଟା ପାୱାର ର ସିଇଓ ଭାସ୍କର ସରକାର ଓ ଭଦ୍ରକ ବିଦ୍ୟୁତ ବିଭାଗର ସମସ୍ତ ଅଫିସର , ଇଂଜିନିୟର, ଏସଡିଓ, ଜେଇଙ୍କ ସମେତ ଅନେକ ଅଫିସର ଉପସ୍ଥିତ ରହି ଆଲୋଚନା କରିଥିଲେ । ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ କହିଥିଲେ ବାରମ୍ବାର ଅଘୋଷିତ ବିଦ୍ୟୁତ କାଟ, ବିଲ୍ ରେ ମାତ୍ରାଧିକ ତ୍ରୁଟି, ଲୋ ଭଲଟେଜ, ଚାଷୀ ଏବଂ ବିପିଏଲ ହିତାଧିକାରୀ ସମସ୍ୟା ବିଷୟରେ ଉଠେଇବା ସହ ଏହା କେବେ ଦୂର ହେବ ବୋଲି କହି ବିଭାଗୀୟ ଅଧିକାରୀଙ୍କୁ ପ୍ରଶ୍ନ କରିଥିଲେ । କିନ୍ତୁ ଏବିଷୟରେ ଉପରିସ୍ଥ ଅଧିକାରୀ ମାନେ କହିଥିଲେ ଏହାର ସମାଧାନ କରାଯିବ ବୋଲି କହିଥିଲେ । କିନ୍ତୁ ଏହାର କୌଣସି ସମାଧାନର ବାଟ ଫିଟିଲା ନାହିଁ । ପୂର୍ବରୁ ନେସ୍କୋ ଉପଭୋକ୍ତାଙ୍କୁ ଲୁଟି ଥିବାବେଳେ ଏବେ ଟାଟା କମ୍ପାନୀ ଆସିବା ପରେ ଉପଭୋକ୍ତା ମାନଙ୍କୁ ଲୁଟିବା ଆରମ୍ଭ କରିଦେଇଛି । ସେପଟେ କିଛି ବଡ଼ବଡ଼ ନେତା ଓ ଅଫିସର ମାନଙ୍କୁ ଟାଟା ପାୱାର ଖୁସି କରାଇ ଉପଭୋକ୍ତାଙ୍କୁ ଲୁଟୁଥିବା ଘଟଣା ଏବେ ଭଦ୍ରକରେ ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି। ତେବେ ଦୀର୍ଘ ବର୍ଷ ଧରି ଲୋକମାନେ ବିଦ୍ୟୁତ ବିଭାଗ ଦ୍ଵାରା ହେଉଥିବା ନିର୍ଯ୍ୟାତନାର ଶିକାରରୁ କେବେ ତ୍ରାହି ପାଇବେ ତାହା ଦେଖିବାକୁ ବାକି ରହିଲା ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More