ଭଦ୍ରକରେ ନିର୍ବାଚନୀ ପରବର୍ତ୍ତୀ ହିଂସା, ବିଜେଡି କର୍ମୀଙ୍କ ଆକ୍ରମଣରେ ୩ ଭୋଟର ଗୁରୁତର

11

Get real time updates directly on you device, subscribe now.

ଆଙ୍କର… ଭଦ୍ରକ ଜିଲ୍ଲା ତିହିଡି଼ ବ୍ଲକରେ ଦେଖିବାକୁ ମିଳିଛି ନିର୍ବାଚନ ପରେ ରାଜନୈତିକ ହିଂସା. ତିହିଡି଼ ବ୍ଲକ ଅଧିନସ୍ଥ ତଳଗୋପବିନ୍ଧା ପଞ୍ଚାୟତରେ ଗତକାଲି ଦିବାକର ବେହେରା ଓ ତାଙ୍କ ଝିଅ ସଂଜୀବନୀ ବେହେରାଙ୍କୁ ବିଜେଡ଼ି କର୍ମୀ ଭୋଟ ନ ଦେବା ପାଇଁ ଧମକ ଦେଇଥିଲେ ଭୋଟ ଦେବା ପରେ ଗତକାଲି ରାତିରେ ଦିବାକର ବେହେରା ପୋଡ଼ସୀ ଘରକୁ ଯାଇଥିବା ବେଳେ ବିଜେଡ଼ିର ଗୁଣ୍ଡା ମାନେ ଯଥା ଗୋରା, ମିକୁ, ସୁଶ,ରାମ ଖଟୁଆ ଓ ଦୁଖିଆ ଆକ୍ରମଣ କରିଥିଲେ.ଏହି ଆକ୍ରମଣ ଖବର ପାଇଁ ଦିବାକର ବେହେରାଙ୍କ ଝିଅ ବାପାକୁ ରକ୍ଷା କରିବାକୁ ଯାଇଥିବା ବେଳେ ତାଙ୍କୁ ବି ଆକ୍ରମଣ କରିଥିଲେ . ବାପା ଓ ଝିଅ ଆହତ ହୋଇ ପ୍ରଥମେ ତିହିଡି଼ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଭଦ୍ରକ ମୁଖ୍ୟ ଚିକିସ୍ୟାଳୟରେ ଭର୍ତ୍ତି ହୋଇଛନ୍ତି. ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି. ସେହିପରି ଆଜି ତିହିଡି଼ ଥାନା ଅଧିନସ୍ଥ ବୋଡ଼କ ପଞ୍ଚାୟତର ଅଣ୍ଡରାଇ ଗ୍ରାମର ପିତାମ୍ଭର ନାୟକ ସକାଳୁ ବିଲକୁ ଯାଉଥିବା ବେଳେ ପୂର୍ବରୁ ବିଜେପିକୁ ଭୋଟ ନଦେବାକୁ ଧମକ ଦେଇଥିବା ବିଜେଡ଼ିର କର୍ମୀ ମାନେ ଆଜି ହଠାତ ଲୁହା ରଡ଼ ଓ ବାଡ଼ିରେ ପିତାମ୍ବରକୁ ଆକ୍ରମଣ କରିଥିଲେ. ପିତାମ୍ବର ଗୁରୁତ୍ୱର ହୋଇ ତଳେ ପଡିଯାଇଥିଲେ. ଖବର ପାଇଁ ପିତାମ୍ବରଙ୍କ ପୁଅ ଓ ଗ୍ରାମବାସୀ ମାନେ ପିତାମ୍ବରକୁ ଉଦ୍ଧାର କରି ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି. ତାଙ୍କୁ ବିଜେଡ଼ି କର୍ମୀ ରାଣପ୍ରତାପ ନାୟକ,ଅଞ୍ଜନ ନାୟକ ସତ୍ୟସୁନ୍ଦର ନାୟକ ଆକ୍ରମଣ କରିଥିଲେ ବୋଲି ଅଭିଯୋଗ କରିଛନ୍ତି ପିତାମ୍ବର. ଏ ନେଇ ତିହିଡି଼ ଥାନାରେ ଦୁଇଟି ଅଭିଯୋଗ ହୋଇଥିଲା ବେଳେ ପୋଲିସ କାହାରିକୁ ଗିରଫ କରିନାହିଁ. ପୋଲିସ କାହିଁକି ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଉ ନାହିଁ ତାକୁ ନେଇ ଉଠିଛି ବଡ଼ ପ୍ରଶ୍ନ. ଅନ୍ୟପଟେ ବିଜେପି ପ୍ରାଥୀ ସୂର୍ଯ୍ୟବଂଶୀ ସୁରଜ ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ପୀଡ଼ିତା ମାନଙ୍କୁ ଭେଟି ଏହା ଏକ ନିନ୍ଦନୀୟ ଘଟଣା ବୋଲି କହିବା ସହ ସ୍ଥାନୀୟ ପୋଲିସ ପ୍ରଶାସନ ଦୋଷୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କହିଛନ୍ତି. ଯଦି ପୋଲିସ ପ୍ରଶାସନ ଦୋଷୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନ ନେବ ଆଗାମୀ ଦିନରେ ଲୋକମାନଙ୍କୁ ସୁରକ୍ଷା ଦେବା ପାଇଁ ବିଜେପି ଦଳ ଆନ୍ଦୋଳନ୍ମତକ ପ୍ରନ୍ଥା ଆପଣେଇବ ବୋଲି କହିଛନ୍ତି ବିଜେପି ପ୍ରାଥୀ ସୂର୍ଯ୍ୟବଂଶୀ ସୁରଜ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More