ଭଦ୍ରକରେ ଧୁମଧାମରେ ପାଳନ ହେଲା ଐତିହାସିକ ଶ୍ରୀରାମ ନବମୀ

30

Get real time updates directly on you device, subscribe now.

ଭଦ୍ରକ(ସଂଘର୍ଷ ମିଡିଆ ) : ଶ୍ରୀରାମ ନବମୀ ସାରା ରାଜ୍ୟରେ ପାଳିତ ହୋଇଯାଇଛି । ଭଦ୍ରକର ଐତିହାସିକ ଶ୍ରୀରାମ ନବମୀରେ ଭଦ୍ରକ ସହର ଗେରୁଆ ରଙ୍ଗରେ ସଜେଇ ହୋଇଛି। ଜିଲ୍ଲାର କୋଣ ଅନୁକୋଣରୁ ସୁସଜ୍ଜିତ ମେଢ଼ ନଗର ସଂକୀର୍ତ୍ତନରେ ସାମିଲ ହୋଇଥିଲେ। ଲକ୍ଷଲକ୍ଷ ପୁରୁଷ ଓ ମହିଳା ଭକ୍ତଙ୍କ ‘ଜୟ ଶ୍ରୀରାମ’ ଧୋନୀରେ ପ୍ରକମ୍ପିତ ହୋଇଛି ଭଦ୍ରକ ସହର । ଏହି ଶ୍ରୀରାମ ନବମୀ ପର୍ବକୁ ହିନ୍ଦୁ ଓ ମୁସଲମାନ ଉଭୟ ଧର୍ମାବଲମ୍ବୀ ଲୋକ ଏହି ଶୋଭାଯାତ୍ରାରେ ଦେଖିବାକୁ ମିଳିଥିଲା ।ଏହି ଶୋଭାଯାତ୍ରା ଦିନ ୪ ଠାରୁ ବାହାରି ଦିର୍ଘ ୧୨ କିଲୋମିଟର ନଗର ପରିକ୍ରମା କରି ରାତି ୨ଟାରେ ଗାନ୍ଧି ପଡ଼ିଆରେ ପହଞ୍ଚିଥିଲା । ୧୯୯୧ ମସିହା ଠାରୁ ଆରମ୍ଭ ହୋଇଥିବା ଏହି ଶ୍ରୀରାମ ନବମୀ ନଗର ସଂକିତ୍ତନ ଏବର୍ଷ ସବୁ ରେକର୍ଡକୁ ଭାଙ୍ଗି ପ୍ରାୟ ୧ ଲକ୍ଷରୁ ଉର୍ଦ୍ଧ୍ଵ ଭକ୍ତଙ୍କ ସମାଗମ ହୋଇଥିବା ସୂଚନା ମିଳିଛି । ଏହି ନଗର ସଂକିତ୍ତନରେ ୮୦ରୁ ଉର୍ଦ୍ଧ୍ବ ମେଢ଼ ଭଦ୍ରକ ଜିଲ୍ଲାରୁ ସାମିଲ ହୋଇଥିବା ଦେଖାଯାଉଛି । ଭକ୍ତଙ୍କ ପାଇଁ ବିଭିନ୍ନ ସ୍ଥାନରେ ଉଭୟ ସଂପ୍ରଦାୟ ପକ୍ଷରୁ ଜଳଛତ୍ରର ବ୍ୟବସ୍ଥା କରା ଯାଇଇଥିବା ବେଳେ ପୁରୁଣା ବଜାର ଅଞ୍ଚଳରେ ପୌରପାଳିକା ଅଧ୍ୟକ୍ଷା ଗୁଲମକି ହବିବଙ୍କ ଦ୍ଵାରା ସମସ୍ତ ମେଢ଼ର କାର୍ଯ୍ୟକତ୍ତା ମାନଙ୍କୁ ସମ୍ବର୍ଧନା ଦେଇଥିଲେ ।ଏହି ଐତିହାସିକ ନଗର ସଂକୀର୍ତ୍ତନକୁ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପ୍ରଶାସନ ପକ୍ଷରୁ ୩ ପ୍ଲାଟୁନ ରାପିଡ ଆକ୍ସନ ଫୋର୍ସ ସହ ୪୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ହୋଇଥିବା ବେଳେ କୈାଣସି ଠାରେ ଅପ୍ରିତିକର ପରିସ୍ଥିତି ସୃଷ୍ଟି ହୋଇ ନଥିବାରୁ ଶ୍ରୀରାମ ନବମୀ କମିଟି ପକ୍ଷରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More