ଭଦ୍ରକରେ ତ୍ୟାଗ ଓ ବଳିଦାନର ପର୍ବ ଇଦ୍ ଉଲ ଜୁହା ପାଳିତ

33

Get real time updates directly on you device, subscribe now.

ଭଦ୍ରକ(ସଂଘର୍ଷ ମିଡିଆ ) :ତ୍ୟାଗ ଓ ବଳିଦାନର ପର୍ବ ପବିତ୍ର ଇଡ଼ ଉଲ ଜୁହା ଭଦ୍ରକ ସହରରେ ଆନନ୍ଦ ଉଲ୍ଲାସର ସହିତ ପାଳନ କରାଯାଇଛି। ଏହି ଉପଲକ୍ଷେ ଭଦ୍ରକ ସହରରେ ବସବାସ କରୁଥିବା ମୁସଲିମ ଧର୍ମବାଲମ୍ବୀ ମାନଙ୍କ ମଧ୍ୟରେ ଆନନ୍ଦ ଦେଖାଯାଇଛି। ସେମାନେ ଆଜି ସକାଳୁ ସହରରେ ଥିବା ବିଭିନ୍ନ ମସଜିଦ ଏବଂ ଇଡ଼ ଗାହାକୁ ଯାଇ ନମାଜ ପାଠ କରିଛନ୍ତି। ବିଶେଷ କରି ଇଦଘା ଠାରେ ଆଜି ସମୂହ ନମାଜ ପାଠରେ ହଜାର ହଜାର ମୁସଲିମ ଲୋକ ମାନେ ଏକାଠି ହୋଇ ନମାଜ ପାଠ କରିଥିଲେ। ଆଜିର ଦିନରେ ଆଲ୍ଲା ତାଙ୍କ ପ୍ରିୟ ଭକ୍ତଙ୍କୁ ଭକ୍ତିକୁ ପରୀକ୍ଷା ପାଇଁ କୁରୁବାନି ମାଗିଥିଲେ। ତେଣୁ ତାହାକୁ ସ୍ମରଣ କରିବା ପାଇଁ ଏହି ପର୍ବ ପାଳନ କରାଯାଉଥିବା ମୁସଲିମ ଧର୍ମବାଲମ୍ବୀ ମାନେ କହିଛନ୍ତି। ତେବେ ଏହି ପର୍ବକୁ ଶାନ୍ତି ଶୃଙ୍ଖଳାର ସହିତ ପାଳନ କରିବା ପାଇଁ ଜିଲ୍ଲା ପୋଲିସ ପକ୍ଷରୁ 20 ପ୍ଲାଟୁନ ପୋଲିସ ଫୋର୍ସ ବିଭିନ୍ନ ସ୍ଥାନରେ ମୁତୟନ ସହିତ 60 ଜଣ ପୋଲିସ ଅଫିସରଙ୍କୁ ନିୟୋଜିତ କରାଯାଇଥିବା ଭଦ୍ରକ ଏସ ପି କହିଛନ୍ତି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More