ଭଦ୍ରକରେ ଡେପୁଟି ସୁବେଦାରଙ୍କ ମୃତ୍ୟୁ

10

Get real time updates directly on you device, subscribe now.

ଭଦ୍ରକ ( ସଂଘର୍ଷ ମିଡିଆ ) : ଭଦ୍ରକକୁ ଇଦ ଉଲ ଜୁହା ଡ୍ୟୁଟିରେ ଆସିଥିବା ବେଳେ ୩ ବାଟାଲିଅନର ଡେପୁଟି ସୁବେଦାରଙ୍କ ଅସ୍ଵାଭାବିକ ଭାବେ ମୃତ୍ୟୁ ଘଟିଛି । ମୃତ ଡେପୁଟି ସୁବେଦାର ହେଲେ ଆଠଗଡ଼ ତିଗିରିଆ ଅଞ୍ଚଳର ପ୍ରଭାକର ପରିଡା । ପ୍ରଭାକର ଆଇ ଆର ବି ର ୩ ବାଟାଲିୟନର ଡେପୁଟି ସୁବେଦାର ଭାବେ କାର୍ଯ୍ୟରତ ଥିଲେ । ଇଦ ଉଲ ଜୁହା ଡ୍ୟୁଟି ପାଇଁ ସେ ଭଦ୍ରକ ଆସିଥିଲେ । ସେ ଡ୍ୟୁଟି ପରେ ନିଜ ପୋଲିସ ଟିମ ସହ ଥିଲେ । ସକାଳୁ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ସାଥି ପୋଲିସ କର୍ମଚାରୀ ମାନେ ତାଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ । ସେଠାରେ ମେଡ଼ିସିନ ୱାର୍ଡରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ ହେଲେ ଚିକିତ୍ସା ଅବସ୍ଥା ରେ ତାଙ୍କ ର ମୃତ୍ୟୁ ହୋଇଛି । ଏହି ଖବର ପ୍ରଚାରିତ ହେବା ପରେ ବହୁ ପୋଲିସ ଅଧିକାରୀ ଡାକ୍ତରଖାନାରେ ପହଞ୍ଚିଥିଲେ । ଭଦ୍ରକ ଏସପି ମେଡିକାଲ ଯାଇ ଡାକ୍ତରଙ୍କ ସହ ଆଲୋଚନା କରିଛନ୍ତି । ସେ କେଉଁଭଳି ଭାବେ ତାଙ୍କର ମୃତ୍ୟୁ ହେଲା, ଶବବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣା ପଡିବ । ବର୍ତ୍ତମାନ ଜଣେ କର୍ତ୍ତବ୍ୟରତ କର୍ମଚାରୀଙ୍କ ମୃତ୍ୟୁ ହୋଇଛି, କେଉଁ କାରଣରୁ ତାଙ୍କର ମୃତ୍ୟୁ ହେଲା, ଡାକ୍ତର ଙ୍କ ରିପୋର୍ଟ କୁ ଅପେକ୍ଷା କରାଯାଇଥିବା ଆରକ୍ଷୀ ଅଧିକ୍ଷକ କହିଛନ୍ତି । ଏହି ଖବର ଆଠଗଡ଼ରେ ଥିବା ସୁବେଦାର ପ୍ରଭାକର ପରିଡ଼ାଙ୍କ ପରିବାରଙ୍କୁ ଜଣା ଯାଇଥିବା ବେଳେ ପରିବାର ଲୋକ ଆସିବା ପରେ ମୃତଦେହ ତାଙ୍କ ଜନ୍ମସ୍ଥାନ ଆଠଗଡ଼ ଜିଲ୍ଲା ତିଗିରିଆ ଅଞ୍ଚଳକୁ ନିଆଯିବ ବୋଲି ଜଣାପଡିଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More