କରୋନା ପାଇଁ ଚିନ୍ତାରେ ମୂର୍ତ୍ତି କାରିଗର

16

Get real time updates directly on you device, subscribe now.

ଭଦ୍ରକ ( ସଂଘର୍ଷ ମିଡିଆ ) : ମହାମାରୀ କୋରୋନା ପାଇଁ ସାରା ବିଶ୍ଵ ଏବେ ଅତି ଜଟିଳ ପରିସ୍ଥିତି ଦେଇ ଗତି କରୁଥିବାବେଳେ ଏଥିରୁ ରକ୍ଷା ପାଇନାହାନ୍ତି ମୃତ୍ତି କାରିଗର। ଗତ ମାର୍ଚ୍ଚ ମାସରୁ ଲାଗୁ ହୋଇଥିବା କଟକଣା ଯୋଗୁଁ ସବୁ ବେପାର ଏକରକମ ଏବେ ଠପ ହୋଇଯାଇଛି । ଆମେ କହୁଛୁ ଭଦ୍ରକର କୁମ୍ଭାରସାହିରେ ଥିବା ୩୦ ପରିବାରଙ୍କ କଥା । ଏହି ଗାଆଁର ଲୋକମାନେ ପ୍ରତିଦିନ ବିଭିନ୍ନ ପ୍ରକାର ମାଟିରେ ନିର୍ମିତ ଜିନିଷ ତିଆରି କରି ତାଙ୍କର ପରିବାର ପୋଷନ୍ତି । ଗତ ମାର୍ଚ୍ଚ ମାସରୁ ଆଜିକୁ ୫ ମାସ ହେବ ସରକାରଙ୍କ କରୋନା କଟକଣା ଯୋଗୁଁ ମାଟି ଜିନିଷ ତିଆରି କରି ବଜାରରେ ବିକ୍ରୀ କରି ପାରୁନାହାନ୍ତି । ଆଉ କିଛି ଦିନ ପରେ ଗଣେଶ ପୂଜା ଲୋକ ମାନେ କୌଣସି ବଡ଼ ମୂର୍ତ୍ତି ପାଇଁ ଅର୍ଡର୍ ପାଇଁ କେହି ଆସୁନଥିବାରୁ କାରିଗରମାନେ ବଡ଼ ମୃତ୍ତି ତିଆରି କରୁନାହାନ୍ତି । ଫଳରେ କାରିଗର ମାନେ ଏବେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ବୋଲି କହିଛନ୍ତି । ଭଦ୍ରକରେ ରାମ ନବମୀ ,ଗଣେଶ ପୂଜା ବହୁ ଧୁମଧାମରେ ପାଳନ ହୋଇଥାଏ ମାତ୍ର କୋରୋନା କଟକଣା ଯୋଗୁଁ ଏହିସବୁ ବନ୍ଦ ହେବାରୁ ମୂର୍ତ୍ତି କାରୀଗର ମନେ ଦୁଃଖରେ ଅଛନ୍ତି। ଚଳିତ ବର୍ଷ ପ୍ରଶାସନର କରୋନା କଟକଣା ଯୋଗୁଁ ବିଭିନ୍ନ ଜାଗାରେ ଗଣେଶ ପୂଜା ହେବନାହିଁ ବିଶେଷ କରି ସ୍କୁଲ ,କଲେଜ ବନ୍ଦ ଥିବାରୁ ପୂଜା ହେବା ନେଇ ଆଶା ଆଶଙ୍କାରେ ରହିଛନ୍ତି । ଯାହା ଫଳରେ ମୂର୍ତି କାରିଗର ମନେ ମୂର୍ତ୍ତି ତିଆରି ମଧ୍ୟ କରୁନାହାନ୍ତି ।ପ୍ରଶାସନ ଏଥର ୩ଫୁଟରୁ ଉର୍ଦ୍ଧ ମୃତ୍ତି ତିଆରି ନକରିବାକୁ ନିଦ୍ଦେଶ ରହିଛି । ଫଳରେ କିଛି ଛୋଟ ଛୋଟ ମୂର୍ତ୍ତି ନିର୍ମାଣ କରି ଯାହା କିଛି ମିଳିବ ବୋଲି ଆଶା ରଖିଥିବା ବେଳେ ଏମାନଙ୍କୁ କିଛି ସରକାରି ସାହାଯ୍ୟ ମିଳିବା ପାଇଁ ଅନୁରୋଧ କରିଛନ୍ତି ମୃତ୍ତି କାରିଗର ମାନେ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More