ପୁରୀ(ସଂଘର୍ଷ ନ୍ୟୁଜ୍): ପୁରୀ ମ୍ୟୁନିସପାଲିଟି ଅନ୍ତର୍ଗତ ମାର୍କଣ୍ଡେଶ୍ୱର ସାହି ବାଳିକା ଉଚ୍ଚ ବିଦ୍ୟାଳୟରେ ଦୃଶ୍ୟଟିକୁ ଦେଖନ୍ତୁ ଏଠି ଚାଲିଛି ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଯେଉଁଠି କରୋନା କଟକଣା ଫୁ କରୁଛନ୍ତି ଖୋଦ ମ୍ୟୁନିସପାଲିଟି କର୍ମଚାରୀ ନା ଅଛି ସାମାଜିକ ଦୁରତା ନା ଅଛି ମାସ୍କ କିନ୍ତୁ ଭତ୍ତା ବାଣ୍ଟିବାରେ ବ୍ୟସ୍ତ ଅଛନ୍ତି କର୍ମଚାରୀ ମାନେ । ରାଜ୍ୟ ସରକାରଙ୍କ ଯାହା ନିର୍ଦେଶ ରହିଛି କୋଭିଡ ପରିସ୍ଥିତିକୁ ଆଖି ଆଗରେ ରଖି ଘର ଘର ବୁଲି ଭତ୍ତା ବଣ୍ଟା ଯିଵା କଥା । କିନ୍ତୁ ଏହାକୁ ପୁରୀ ମୁନିସପାଳିଟି ଖୁଲମଖୁଲା ଉଲଂଘନ କରୁଛି । ଦୀର୍ଘ ୨ ରୁ ୩ ଦିନ ହେବ ଭତ୍ତା ମଧ୍ୟ ପାଇପାରୁନାହାନ୍ତି ଲୋକେ । ଘଣ୍ଟା ଘଣ୍ଟା ଧରି ଛିଡା ହେଇ ନିରାଶ ହେଇ ଘରକୁ ମଧ୍ୟ ଫେରିଯାନ୍ତି ବୃଦ୍ଧା ଲୋକମାନେ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ସରକାର କୋଭିଡ ପାଇଁ ବୟସ୍କ ଲୋକଙ୍କୁ ଘରୁ ନ ବାହାରିବା ପାଈଁ ଉପଦେଶ ଦେଉଥିବା ବେଳେ ପ୍ରଚଣ୍ଡ ଖରାରେ ବୃଦ୍ଧା ମାନଙ୍କୁ ଡାକି ଖରାରେ ଛିଡା କରେଇ ହନ୍ତସନ୍ତ କରଉଛନ୍ତି ଖୋଦ ମ୍ୟୁନିସପାଲିଟି କର୍ମଚାରୀ । ନା ଅଛି ପାଣି ର ବ୍ୟବସ୍ଥା ନା ଅଛି ଛାଇ ର ବ୍ୟବସ୍ଥା। ଯଦି କୋଉଠି ଟିକେ ଛାଇ ମିଳିଲା ସେଠାରେ ନିରୁପାୟ ହେଇ ସଙ୍ଘରୋଧ ନିୟମକୁ ଭାଙ୍ଗି ଏକାଠି ଛିଡା ହବାକୁ ବାଧ୍ୟ ହେଉଛନ୍ତି ବୃଦ୍ଧା ମାନେ। ସେ ଓଲଟି ଆମକୁ ପ୍ରଶ୍ନ ପଚାରିଥିଲେ ମାର୍କଣ୍ଡସ୍ଵର ସାହି ରେ କୋଉଠି ଦିଆ ଯାଉଛି ବୋଲି ? ଏଠି ପ୍ରଶ୍ନ ଉଠୁଛି କେମିତି ବୟସ୍କ ଲୋକଙ୍କ ଜୀବନକୁ ସୁରକ୍ଷୀତ ରଖି ଭତ୍ତା ବଣ୍ଟା ଜିବ ତାର କୌଣସି ପ୍ଲାନ ପ୍ରସ୍ତୁତ କରୁ ନାହାନ୍ତି କି ଏହି ଅଫିସର। ଆମ ପ୍ରତିନିଧି ସେଠାରେ ପହଞ୍ଚି ଭିଡ଼ିଓ ଶୁଟ କରିବା ପରେ ଆମକୁ କୌଣସି ଉତ୍ତର ନ ଦେଇ ବାହାରକୁ ଚାଲି ଯାଇଥିଲେ ଭତ୍ତା ବଣ୍ଟା ପାଈଁ ଆସିଥିବା କର୍ମଚାରୀ। ବର୍ତମାନ ଦେଖିବାକୁ ବାକି ରହିଲା ବୃଦ୍ଧା ମାନେ ଆଉ କେତେଦିନ ଖରାରେ ଠିଆ ହେଇକି ଭତ୍ତା ନେବେ ଆଉ ଏଠି ପୁରୀ ଜିଲ୍ଲା ପ୍ରଶାସନ ଆଗକୁ କଣ ପଦକ୍ଷେପ ନେଉଛନ୍ତି । ପୁରୀରୁ ଶଙ୍କର ସରକାରଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍।