ଭତ୍ତା ଟଙ୍କା ପାଇଁ ହଟହଟା ହେଉଛନ୍ତି ବୃଦ୍ଧ

9

Get real time updates directly on you device, subscribe now.

ବୌଦ୍ଧ(ସଂଘର୍ଷ ମିଡିଆ) : – ସରକାର ନୀରବ ଛିନ୍ନ ଭାବେ ଭତ୍ତା ଟଙ୍କା ଯୋଗାଇ ଦେବା ପାଇଁ ବ୍ୟବସ୍ଥା କରିଛନ୍ତି l ହେଲେ ହିତାଧିକାରୀ ଭତ୍ତା ଟଙ୍କା ପାଇବା ପାଇଁ ବହୁ ଅସୁବିଧା ଭୋଗୁଛନ୍ତି l ଏଭଳି ଏକ ଚିତ୍ର ଦେଖିବାକୁ ମିଳିଛି ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ବରଗାଁ ଗ୍ରାମପଞ୍ଚାୟତର ସୌରୀବେଙ୍ଗେସ ଗ୍ରାମର ରଘୁନାଥ ମାଝୀଙ୍କ କ୍ଷେତ୍ରରେ l ସେ ଆଜକୁ ତିନିମାସ ହେଲା ବାର୍ଦ୍ଧକ୍ୟ ଭତ୍ତା ପାଇଲେଣି ହେଲେ ଦୁଃଖର ବିଷୟ ଯେ ତାଙ୍କର କେଉଁ ବ୍ୟାଙ୍କ୍ ଆକାଉଣ୍ଟକୁ ଟଙ୍କା ଯାଉଛି ସେ ଜାଣି ପାରୁ ନାହାନ୍ତି l ସେତାଙ୍କର ସମସ୍ତ ବ୍ୟାଙ୍କ୍ ଆକାଉଣ୍ଟ ଚେକ୍ ମଧ୍ୟ କରିସାରିଲେଣି l ଏଣୁ ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ବୃଦ୍ଧ ରଘୁନାଥ ମାଝୀ ଙ୍କୁ ଯଥାଶୀଘ୍ର ଭତ୍ତା ଟଙ୍କା ଯୋଗାଇ ଦେବା ପାଇଁ ଗ୍ରାମବାସୀଙ୍କ ପକ୍ଷରୁ ଦାବୀ ହେଉଛି l ରିପୋର୍ଟ, ଉଗ୍ରସେନ କର୍ମୀ, ବୌଦ୍ଧ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More