ଭତ୍ତା ଟଙ୍କା ପାଇଁ ଶିକା ଭାରରେ ଯାଉଛନ୍ତି ବୃଦ୍ଧ

9

Get real time updates directly on you device, subscribe now.

କେନ୍ଦ୍ରାପଡା(ସଂଘର୍ଷ ମିଡିଆ) :- ସରକାରଙ୍କ ମାଳମାଳ ଯୋଜନା କିନ୍ତୁ କେତେ ହେଉଛି ସୁଫଳ, ହିତାଧିକାରୀଙ୍କ ନିକଟରେ ଠିକ୍ ସମୟରେ ସୁରକ୍ଷିତ ଭାବରେ ରେ ପହଂଚୁଛି କି ଯୋଜନା। ଏହା ଆମେ କହୁନୁ ବୟାନ କରୁଛି ଏହି ଦୃଶ୍ୟ। ନବରଙ୍ଗପୁର ଜିଲ୍ଲା ଝରି ଗାଁର ୭୦ ବର୍ଷୀୟ ବୃଦ୍ଧା କେମିତି ଏକ ଚେୟାରକୁ ଆଶ୍ରାକରି ରାସ୍ତାରେ ଚାଲି ଚାଲି ବ୍ୟାଙ୍କକୁ ଯାଉଛନ୍ତି ଭତ୍ତା ଟଙ୍କା ଆଣିବା ପାଇଁ। ନବରଙ୍ଗପୁର ଜିଲ୍ଲା ଝରି ଗାଁର ଦୃଶ୍ୟ ଏବେ କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଳକ ଏକମାଣିଆଁ ପଞ୍ଚାୟତ ରେ ଦେଖିବାକୁ ମିଳିଛି । ଏଭଳି ଦୃଶ୍ୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ଏଭଳି ଏକ ଖବର କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ ଜାଣିବାପରେ ବ୍ୟାଙ୍କ କତୃପକ୍ଷ ଙ୍କୁ ବ୍ୟବସ୍ଥାରେ ସୁଧାର ପାଇଁ ନିର୍ଦ୍ଦେଶ ଦେଇଥିଲେ । ଏବେ ପୁଣି କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ଏକମାଣିଆ ପଞ୍ଚାୟତର ନଳପାଇ ଅଞ୍ଚଳ ଏକ ଦୃଶ୍ୟ ସୋସିଆଲ ମିଡିଆରେ ଭାଇରଲ ହେଇଛି। ଭିଡ଼ିଓଟି ଯାହା ବୟାନ କରୁଛି ବୃଦ୍ଧା ଜଣଙ୍କ ନିଜର ଭତ୍ତା ଟଙ୍କା ଆଣିବା ପାଇଁ ଶିକାଭାର ସାହାଯ୍ୟ ରେ ବୁହାହେଇ ନଦୀପାର ହୋଇ ଯାଉଛନ୍ତି ଭତ୍ତା ଟଙ୍କା ଆଣିବା ପାଇଁ । ଗୋଟେ ପଟେ ଜୁଆରିଆ ନଈ ଆଉ ଗୋଟେପଟେ କୁମ୍ଭୀରର ଆତଙ୍କ,ତାରି ଭିତରେ ବିପଦସଂକୁଳ ଅବସ୍ଥାରେ ଭତ୍ତାଟଙ୍କା ଆଣିବା ପାଇଁ ଯାଉଛନ୍ତି ବୃଦ୍ଧା ଜଣଙ୍କ। ଏଭଳି ଭିଡିଓ ଭାଇରଲ ହେଲାପରେ ପ୍ରଶାସନିକ ଵିଧିବ୍ୟବସ୍ଥା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରୁଛନ୍ତି ସାଧାରଣ ଜନତା । କିନ୍ତୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ଅମୃତ ଋତୁରାଜ ଙ୍କୁ ପଚାରିବାରୁ ଏହି ଘଟଣାକୁ ଗମ୍ଭୀରତାର ସହିତ ଜିଲ୍ଲପାଳ ପ୍ରତିକ୍ରିୟାରେ କହିଛନ୍ତି ଆଗାମୀ ଦିନରେ ସେହି ପଞ୍ଚାୟତକୁ ବ୍ୟାଙ୍କ ମିତ୍ର ଗୋଟିଏ ଦନ ଯାଇ ଘରେ ପହଞ୍ଚି ଭତ୍ତା ଟଙ୍କା ପ୍ରଦାନ କରିବେ ବୋଲି ବ୍ୟାଙ୍କ କର୍ମଚାରୀଙ୍କୁ ନିର୍ଦେଶ ଦେଇଛନ୍ତି। ଏହାପରେ ଏଭଳି ଘଟଣା ଦେଖିବାକୁ ମିଳିବନାହିଁ ବୋଉ ଆଶା କରାଯାଉଛି।
ଏକମାଣିଆଁ ପଞ୍ଚାୟତକୁ ଚତ୍ରୁପାଶ୍ଵୋ ନଦୀ ଘେରି ରହିଥିବା ବେଳେ ସେହି ନଦୀରେ ପୋଲଟିଏ ହୋଇପାରିଲା ନାହିଁ। ବିଗଦ ଦିନରେ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ କରିଥିଲେ ମଧ୍ୟ ଏଯାଏଁ ପୋଲଟିଏ ହୋଇ ପାରିଲା ନାହିଁ। ଏଇତ ବିଜୁ ବାବୁଙ୍କ କର୍ମଭୁମି । ନିଜେ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ କରି ବର୍ଷ ବର୍ଷ ବିତିଯାଇଥିଲେ ମଧ୍ୟ ପୋଲଟିଏ ହୋଇପାରୁନି। ଆଉ ଆଳିର ବିଧାୟକ ଏବେ ମନ୍ତ୍ରୀ ରହିଥିଲେ ବି ଏହି ନଦୀ ଘେରା ଏକମାଣିଆଁ ପଞ୍ଚାୟତକୁ ଦୃଷ୍ଟି କାହିଁକି ଦେଉନାହାନ୍ତି ତାହା ବୁଝା ପଡୁନି। ଆଳିରୁ ଶକ୍ତି ଦାଶ ଙ୍କ ରିପୋର୍ଟ ସଂଘର୍ଷ ନ୍ୟୁଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More