ଭଦ୍ରକ(ସଂଘର୍ଷ ମିଡିଆ ) : ଭଦ୍ରକ ଜିଲ୍ଲା ଭଣ୍ଡାରି ପୋଖରୀ ଥାନା ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କ ବିରୋଧରେ ଆଶାଳିନ ମନ୍ତବ୍ୟ ଓ ଜାତିଗତ ଆକ୍ଷେପ କୁ ପ୍ରତିବାଦ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିରେ ଥାନା ଆଗରେ ରାତ୍ରୀ ଉଜାଗର ରହି ଧାରଣା ଦେଲେ ମୋବାରକପୁର ଗ୍ରାମର ଦଳିତ ଆଦିବାସୀ ମହିଳା ସମବାରି ମୁଣ୍ଡା ଓ ଗ୍ରାମବାସୀ। ସୂଚନା ମୁତାବକ ଭଣ୍ଡାରି ପୋଖରୀ ବ୍ଲକ୍ ପାଟୁଳି ପଞ୍ଚାୟତ ଅନ୍ତର୍ଗତ ମୋବାରକପୁର ଗ୍ରାମ କୁ ବିଦ୍ୟୁତ ବିଭାଗର କନିଷ୍ଠ ଯନ୍ତ୍ରୀଙ୍କ ସମେତ କର୍ମଚାରୀ ଗ୍ରାମବାସୀଙ୍କ ବିଦ୍ୟୁତ ବକେୟା ଅର୍ଥ ରାଶି ଆଦାୟ କରିବାକୁ ଯାଇଥିବା ବେଳେ ଗ୍ରାମବାସୀ ବକେୟା ଅର୍ଥ ରାଶି ପରେଦେବାକୁ କହିବାରୁ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିବା ପାଇଁ କନିଷ୍ଠ ଯନ୍ତ୍ରୀ କର୍ମଚାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ ମାତ୍ର ଏହାକୁ ଗ୍ରାମର ଦଳିତ ଆଦିବାସୀ ମହିଳା ସମବାରି ମୁଣ୍ଡା ବିରୋଧ କରିବାରୁ କନିଷ୍ଠ ଯନ୍ତ୍ରୀ ସରୋଜ କୁମାର ବେହୁରିୟା ଆଦିବାସୀ ମହିଳା ଙ୍କୁ ଆଶାଳିନ ମନ୍ତବ୍ୟ ଓ ଜାତିଗତ ଆକ୍ଷେପ କରି ପେଲାଠେଲା କରି ବିଦ୍ୟୁତ ବିଚ୍ଛିନ୍ନ କରି ପଳାଇ ଆସିଥିଲେ। ମାତ୍ର ସେହି ଗ୍ରାମର ଜଣେ ବ୍ୟକ୍ତି ତାଙ୍କର ସମ୍ପୂର୍ଣ୍ଣ ବକେୟା ଅର୍ଥ ରାଶି ପୈଠ କରିଥିବାରୁ ତାଙ୍କ ବିଦ୍ୟୁତ ସଂଯୋଗ ଯୋଡିବାକୁ ଗତକାଲି ବିଦ୍ୟୁତ କର୍ମଚାରୀ ଯାଇଥିବା ବେଳେ ଗ୍ରାମରେ ବିଦ୍ୟୁତ ବିଚ୍ଛିନ୍ନ କାରଣରୁ ଯନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ବିପିଏଲ ବିଦ୍ୟୁତ ଖୁଣ୍ଟରେ ସଂଯୋଗ କରିବାକୁ ଯାଇଥିବା ବେଳେ ଦଳିତ ମହିଳା ସଂଯୋଗ କରାଇ ଦେଇନଥିଲେ ଫଳରେ ବିପିଏଲ ଲାଇନ୍ କୁ ବିଚ୍ଛିନ୍ନ କରିଥଲେ। ଏହାକୁ ବିରୋଧ କରି ଭଣ୍ଡାରି ପୋଖରୀ ଥାନାରେ ସମବାରୀ ମୁଣ୍ଡା ଯନ୍ତ୍ରୀଙ୍କ ନାମରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବିକରି ଲିଖିତ ଅଭିଯୋଗ ସହ ରାତ୍ରୀ ଉଜାଗର ରହି ଥାନା ଆଗରେ ଧାରଣା ଦେବାସହ ଗ୍ରାମବାସୀ ସାମିଲଥିଲେ। ଥାନା ପକ୍ଷରୁ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରତିଶୃତି ଦିଆଯାଇଛି। ଭଣ୍ଡରୀପୋଖରୀରୁ ରାଜକିଶୋର ଜେନାଙ୍କ ରିପୋର୍ଟ ସଂଘର୍ଷ ନିୟୁଜ ।