ଭଡାରେ ଆଣି ବୁଲେଟ୍ ଚଳାଇବା ପଡିଲା ମହଙ୍ଗା, ନାବାଳକଙ୍କୁ ୨୭ହଜାର ଜରିମାନା

9

Get real time updates directly on you device, subscribe now.

ପୁରୀ(ସଂଘର୍ଷ ମିଡିଆ) : ଗତ ୨୫ତାରିଖରେ ଜଣେ ନାବାଳକ ଏକ ବୁଲେଟ୍ ଭଡ଼ାରେ ଆଣି ରାତି ସାଢ଼େ ୧୦ଟା ସମୟରେ ଚକ୍ରତୀର୍ଥ ରୋଡ଼ରେ ଚଳାଉଥିଲେ । ଉକ୍ତ ବୁଲେଟରୁ ବିକଟାଳ ଶବ୍ଦ ବାହାର କରି ଲୋକଙ୍କୁ ଭୟଭୀତ କରାଉଥିଲେ । ଏହି ସମୟରେ ଚକ୍ରତୀର୍ଥ ରୋଡ଼ରେ ସମୁଦ୍ରକୂଳ ଥାନାଧିକାରୀ ମାନସ ରଞ୍ଜନ ଚକ୍ର ପାଟ୍ରୋଲିଂ କରୁଥିଲେ । ସେ ସମ୍ପୃକ୍ତ ନାବାଳକଙ୍କୁ ଅଟକାଇ ପଚରାଉଚରା କରିଥିଲେ । ପରେ ତାଙ୍କୁ ଅଟକ ରଖି ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଖବର ଦେଇଥିଲେ । ଆଞ୍ଚଳିକ ପରିବହନ ଅଧିକାରୀ ରବିନ୍ କୁମାର ପଟ୍ଟନାୟକ ସମୁଦ୍ରକୂଳ ଥାନାରେ ପହଞ୍ଚି ଉକ୍ତ ବୁଲେଟ୍ ନମ୍ବରରେ ଜରିମାନା ବାବଦକୁ ସମୁଦାୟ ୨୭ହଜାର ଟଙ୍କାର ଚାଲାଣ କାଟିଥିଲେ । ନାବାଳକ ବୁଲେଟ୍ ଚଳାଉଥିବାରୁ ୨୫ହଜାର ଓ ବିନା ଇନ୍ସୁରାନ୍ସ ପାଇଁ ୨ହଜାର ଟଙ୍କା ଚାଲାଣ କଟାଯାଇଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More