ଭଟ୍ଟାରିକା ମନ୍ଦିରରେ ପ୍ରବେଶ କଲା ୫ଫୁଟର ବନ୍ୟାଜଳ

10

Get real time updates directly on you device, subscribe now.

କଟକ(ସଂଘର୍ଷ ମିଡିଆ) : – କଟକ ଜିଲ୍ଲା ବଡମ୍ବାର ଅଧିଷ୍ଠାତ୍ରୀ ଦେବୀ ମା ଭଟ୍ଟାରିକାଙ୍କ ମନ୍ଦିରର ଗର୍ଭଗୃହ ମଧ୍ଯରେ ପ୍ରବେଶ କଲା ୫ଫୁଟର ବନ୍ୟାଜଳ ବୁଡିଲା ଭଜନ ମଣ୍ଡପ।ମହାନଦୀର ଉପର ମୁଣ୍ଡରେ ବର୍ଷା ହେଉଥିବାରୁ ଜଳ ସ୍ତର ବଢିବା ସହ ମନ୍ଦିରରେ ବନ୍ୟାଜଳ ପ୍ରବେଶ କରିଛି।ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ 144 ଧାରା ଜାରି କରିଛି ।ପୋଲିସ ପ୍ରଶାସନ ଭିତରକୁ ନ ଯିବା ଲାଗି ବାରଣ କରିଛି ।ଭକ୍ତଙ୍କ ଦର୍ଶନ ବନ୍ଦ ରହିଛି ପାଣି ଛାଡିଲେ 144 ଧାରା ଉଠିବ ବୋଲି ସୂଚନା ଦେଇଛନ୍ତି ତହସିଲି ଦାର ।ବନ୍ୟାଜଳ ଗତକାଲି ରାତ୍ରି ସମୟରେ ମନ୍ଦିର ମଧ୍ୟରେ ପ୍ରବେଶ କରିଥିଲା। ମାଙ୍କ ବିଗ୍ରହକୁ ରତ୍ନଗିରି ପାହାଡରେ ଥିବା ମାଆଙ୍କର ବନ୍ଯା ଆଶୟ ସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି। ସେବାୟତ ସଜାଗ ଥିବାବେଳେ ବଡମ୍ବା ଦେବୋତ୍ତର ବିଭାଗ ମଧ୍ୟ ସଜାଗ ରହିଛି। ବନ୍ଯା ଆଶୟ ସ୍ଥଳିରେ ମାଆଙ୍କର ପୂଜା ନୀତିରେ ଯେମିତି କୌଣସି ବ୍ୟାଘାତ ନଘଟେ ସେଥିପ୍ରତି ବଡମ୍ବା ଦେବୋତ୍ତର ବିଭାଗ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More