ବଡ଼ମ୍ବା(ସଂଘର୍ଷ ମିଡିଆ) :- ବଡ଼ମ୍ବା ପ୍ରସିଦ୍ଧ ଭଟ୍ଟାରିକା ପୀଠ ମହାନଦୀରେ ଭାସିଗଲେ ୧୨ବର୍ଷୀୟ ନାବାଳକ । ସାଥିଙ୍କ ସହ ମହାନଦୀଙ୍କୁ ଗାଧୋଇବାକୁ ଯାଇଥିଲେ। ମହାନଦୀରେ ଅଧିକ ପାଣି ଆସିଥିବାରୁ ସ୍ରୋତରେ ଭାସି ଯାଇଥିବା ସୂଚନା। ଶିଶୁ ଭଟ୍ଟାରିକା ଶସାଙ୍ଗ ଗାଁର କୁଞ୍ଜ ବିହାରୀ ନାୟକଙ୍କର ପୁଅ ଆଲେକଜାଣ୍ଡର ଜଗନ୍ନାଥ ପ୍ରସାଦ ନାୟକ । ବୟସ ମାତ୍ର ୧୨ ବର୍ଷ ଓ ସେ ନବମ ଶ୍ରେଣୀରେ ପାଠ ପଢ଼ନ୍ତି। ଆଜି ସକାଳ ପ୍ରାୟ ୯ଟା ସମୟ ରେ ସାଥି ମାନଙ୍କ ସହ ଟିଉସନ ସାରି ନଦୀକୁ ଗାଧୋଇବାକୁ ଆସିଥିଲେ। ଅସାବଧାନତା କାରଣରୁ ପ୍ରଖର ସ୍ରୋତରେ ଭାସି ଯାଇଥିଲେ। ପରେ ସ୍ଥାନୀୟ ଗ୍ରାମବାସୀ ବହୁ ଖୋଜାଖୋଜି ପରେ ନାବାଳକକୁ ପାଇ ନଥିଲେ। ପରେ ବଡ଼ମ୍ବା,ବାଙ୍କି,ବାଲିଝରି ଦମକଳ ବାହିନୀ ଦ୍ୱାରା ୩ ଘଣ୍ଟା ଖୋଜାଖୋଜି ପରେ ମୃତ ଅବସ୍ଥାରେ ଉଦ୍ଧାର ହୋଇଛି ନାବାଳକ। ପରେ ଶବ ବ୍ୟବଚ୍ଛେଦ ପାଇଁ ବଡ଼ମ୍ବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠା ଯାଇଛି। ଭଟ୍ଟାରିକା ମହାନଦୀରେ ପ୍ରତ୍ୟେକ ବର୍ଷ ଏହିଭଳି ଅଘଟଣ ଘଟୁଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ କୌଣସି ସତର୍କ ସୂଚନା ଫଳକ କିମ୍ବା ନିଘା ରହୁ ନଥିବାରୁ ଏହି ଭଳି ଅଘଟଣ ବାରମ୍ବାର ଘଟୁଥିବା ନଜର ରହିଛି।