ଭଞ୍ଜନଗର ଟୀକାକରଣ କେନ୍ଦ୍ରରେ ଉତେଜନା, ପରିସ୍ଥିତି ନିୟନ୍ତ୍ରଣ କଲା ପୋଲିସ

28

Get real time updates directly on you device, subscribe now.

ଭଞ୍ଜନଗର(ସଂଘର୍ଷ ମିଡିଆ ) :- ଗଞ୍ଜାମ ଜିଲ୍ଲାର ବିଭିନ୍ନ ଟୀକାକରଣ କେନ୍ଦ୍ର ଗୁଡିକରେ ଅସମ୍ଭାଳ ଭିଡ଼ ସାଙ୍ଗକୁ ବ୍ୟାପକ ଅବ୍ୟବସ୍ଥା, କୋରାନା ର ଆଉ ଏକ ଲହରକୁ ନିୟନ୍ତ୍ରଣ କରିବା ଭଳି ସୃଷ୍ଟି କଲାଣି । ସଂକ୍ରମଣ ଭୟ ଦୂର ନହୋଇ ଥିବା ବେଳେ ଜନସମାଗମ ଏଡେଇବାକୁ ସରକାର ବିଭିନ୍ନ କ୍ଷେତ୍ରରେ କଟକଣା ଜାରି ରଖିଥିବା ବେଳେ ଟୀକାକରଣ କେନ୍ଦ୍ର ଗୁଡିକରେ ସହସ୍ରଧିକ ଲୋକଙ୍କ ଭିଡ଼ ଚିନ୍ତା ଜନକ ସୃଷ୍ଟି କରିଛି । ଅନେକ ଟୀକା କେନ୍ଦ୍ରରେ ଅଶ୍ୱଭାଭିକ ପରିସ୍ଥିତି ଦେଖା ଦେଇଛି । ଆବଶ୍ୟକତା ଠାରୁ କମ ପରିମାଣରେ ଟୀକା ଆସୁଥିବାରୁ ବହୁ ଲୋକେ ନିରାଶ ହୋଇ ଫେରୁଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଭଞ୍ଜନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ।ସୂଚନା ଅନୁଯାଇ ଦ୍ୱତୀୟ ଡୋଜ ଟୀକା ଉପଲବ୍ଧ ନଥିବାରୁ ଭଞ୍ଜନଗର ମେଡିକାଲ ପରୀସର ରେ ଥିବା ଟୀକାଦାନ କେନ୍ଦ୍ରରେ ଉତେଜନା ପ୍ରକାଶ ପାଇଥିଲା । ବହୁ ଲୋକ ଦୀର୍ଘ ସମୟ ପର୍ଯ୍ୟନ୍ତ କୋଭିସିଲର ଦ୍ୱିତୀୟ ଡୋଜ ଟୀକା ନେବା ପାଇଁ ଅପେକ୍ଷା କରିଥିବା ବେଳେ ହଟାତ ଜଣେ ମେଡିକାଲ କର୍ମଚାରୀ ଆସି ଟୀକା ପହଁଞ୍ଚି ନଥିବାରୁ କୋଭିସିନ ର ପ୍ରଥମ ମାତ୍ରା ଟୀକା ଦିଆ ଯିବ ବୋଲି କହିବାରୁ ଅସନ୍ତୋଷ ପ୍ରକାଶ ପାଇଥିଲା । ଟୀକା ଶେଷ ହୋଇ ଯାଇଥିବା ସମ୍ପର୍କରେ କୌଣସି ସୂଚନା ଦିଆ ଯାଇ ନଥିବାରୁ କିଛି ଲୋକେ ହୋହଲା କରିଥିଲେ । ଖବର ପାଇ ଭଞ୍ଜନଗର ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ଓ ପୋଲିସ କର୍ମଚାରୀ ସେଠାରେ ପହଂଚି ଲୋକଙ୍କୁ ବୁଝା ବୁଝି କରିବା ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିବା ଜଣାପଡିଛି ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More