ଭଙ୍ଗା କୁଡ଼ିଆରେ ଜୀବନ ବିତାଉ ଛନ୍ତି ବଳରାମ,କେଉଁ ଦିନ ପକାଘର ଯୋଜନାରେ ସାମିଲ ହେବେ ?

8

Get real time updates directly on you device, subscribe now.

ଜଗତସିଂହପୁରରୁ(ସଂଘର୍ଷ ମିଡିଆ ) : -ରାଜ୍ୟ ସରକାରଠୁଁ ଆରମ୍ଭ କରି ଜିଲା ପ୍ରଶାସନ ପର୍ଯ୍ୟନ୍ତ କେହି ଜଣେ ହେଲେବି ଭଙ୍ଗା କୁଡ଼ିଆରେ ରହିବେ ନି ବୋଲି ଡିଣ୍ଡିମ ପିଟୁଥିବା ବେଳେ ତାହାର ବ୍ୟତିକ୍ରମ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲାରେ। ସୂଚନା ଅନୁସାରେ ଜଗତସିଂହପୁର ଜିଲ୍ଲା ବିରିଡ଼ି ବ୍ଳକ ବତିମିରା ପଞ୍ଚାୟତ ହଳଦିଆ ପଡା ଗ୍ରାମର ବଳରାମ ସେଠି ୩୫ବର୍ଷ ସେ ଜଣେ ଶତ ପ୍ରତିଶତ ଭିନ୍ନକ୍ଷମ ହେଇଥିଲେ ମଧ୍ୟ ତାଙ୍କୁ ପ୍ରଧାନମନ୍ତ୍ରୀ ଆବାସ ଟିଏ ଏପର୍ଯ୍ୟନ୍ତ ମିଳି ପାରି ନାହିଁ । ତାଙ୍କ ପତ୍ନୀ ଏବଂ ତାଙ୍କର ସାତ ବର୍ଷ ର ପୁଅକୁ ଧରି ଭଂଗା କୁଡିଆ ଘରେ ଜିବନ ବିତାଉଛନ୍ତି । ଏମିତି ରେ ବଳରାମ ଜଣେ ଦିନ ମଜୁରୀଆ ଅଟନ୍ତି । ନିଜର ଜମି ଖଣ୍ଡେ ବୋଲି ନାହିଁ । ତାଙ୍କ ପତ୍ନୀ ସସ୍ମିତା ସେଠି ବିରିଡି ବ୍ଲକରେ ପକ୍କା ଘରଟିଏ ଆବେଦନ କରିଥିଲେ ମଧ୍ୟ ତାଙ୍କୁ ପକ୍କାଘର ନ ମିଳିବାରୁ ତାଙ୍କର ସରପଞ୍ଚଙ୍କୁ ନେହୁରା ହେଇଥିଲେ ତାଙ୍କ କଥା ସରପଞ୍ଚ ମଧ୍ୟ ନଶୁଣିବାରୁ ଆଜି ପର୍ଯ୍ୟନ୍ତ ସେଇ ଭଂଗା କୁଡିଆ ଚାଳ ଘରେ ଜିବନ ବିତାଉଛନ୍ତି । ଦିନରେ ଖରା ରାତିରେ ତାରା ଦେଖିବା ସହ ବାତ୍ୟା ପବନ ଆସିଲେ ଭୟଭୀତ ହୋଇ ପଡ଼ୁଛନ୍ତି। ତେବେ ଏଭଳି ଖବର ପାଇ ଆଶିର୍ବାଦ ସେବା ସଂଗଠନର ସଭାପତି ଜଗନ୍ନାଥ ବେହେରା ତାଙ୍କ ଘରକୁ ଯାଇ ତାଙ୍କୁ ପ୍ରତିଶ୍ରୁତି ଦେଇଥିଲେ ଏକଥା ଜିଲ୍ଲା ପାଳଙ୍କୁ ଅବଗତ କରାଇବେ । ତେବେ ଆଜି ବଳରାମ ସେଠି ତାଙ୍କ ସହିତ ତାଙ୍କ ପତ୍ନୀ ସସ୍ମିତା ସେଠି ତାଙ୍କ ପୁଅକୁ ଧରି ଆଶିର୍ବାଦ ସେବା ସଂଗଠନର ସଭାପତି ଜଗନ୍ନାଥ ବେହେରାଙ୍କ ନେତୃତ୍ୱରେ ଏକ ଲିଖିତ ଆକାରରେ ବଳରାମ ସେଠିଙ୍କୁ ପକ୍କାଘର ଦେବାପାଇଁ ଜିଲାପାଳଙ୍କୁ ନିବେଦନ କରିଛନ୍ତି ।ତେବେ ଭିନ୍ନକ୍ଷମ ବଳରାମକୁ କେଉଁ ଦିନ ପକାଘର ଯୋଜନାରେ ସାମିଲ କରାଯାଉଛି। ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଂଘର୍ଷ ନିଉଜ୍।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More