ପୁରୀ ( ସଂଘର୍ଷ ମିଡିଆ ) : ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଶେଷରେ ପୁରୀ ରଥଯାତ୍ରା ଉପରେ ମୋହର ମାରିଛନ୍ତି ମାନ୍ୟବର ସୁପ୍ରିମକୋର୍ଟ । ଏଥର ରଥଯାତ୍ରା ହେବ, କିନ୍ତୁ ରଥଯାତ୍ରା ଯୋଗୁ ଯେପରି ସଂକ୍ରମଣ ନ ବ୍ୟାପିବ ତାହାକୁ ଦୃଷ୍ଟି ଦେବାକୁ ସୁପ୍ରିମକୋର୍ଟ ସର୍ତ୍ତ ରଖିଛନ୍ତି। ଫଳରେ କୋଭିଡ-୧୯ର ସମସ୍ତ ନିୟମକୁ କଡ଼ାକଡ଼ି ପାଳନ କରାଯାଇ ରଥଯାତ୍ରା କରାଯିବ ବୋଲି ସ୍ପଷ୍ଟ ହୋଇଛି।