ଭକ୍ତି ସଙ୍ଗୀତ ସଂସଦ ପରିବାର ପକ୍ଷରୁ ସୁନାମଧନ୍ୟ କଣ୍ଠଶିଳ୍ପୀ ସ୍ୱର୍ଗତା ଶାନ୍ତିଲତା ବାରିକଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି

168

Get real time updates directly on you device, subscribe now.

ପାରଳାଖେମୁଣ୍ଡି(ସଂଘର୍ଷ ମିଡିଆ) : – ପାରଳାଖେମୁଣ୍ଡିର ସର୍ବ ପୁରାତନ ସାଂସ୍କୃତିକ ଅନୁଷ୍ଠାନ ଭକ୍ତି ସଙ୍ଗୀତ ସଂସଦ ପରିସରରେ ସ୍ୱନାମଧନ୍ୟ କଣ୍ଠଶିଳ୍ପୀ ସ୍ୱର୍ଗତା ଶାନ୍ତିଲତା ବାରିକଙ୍କ ଶୋକସଭା ଅନୁଷ୍ଠାନର ପ୍ରତିଷ୍ଠାତା ସମ୍ପାଦକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।ସେହି ମହାନ୍ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟର ନୀରବ ପ୍ରାର୍ଥନା କରାଯାଇଥିଲା।ଏହି ସଭାରେ ଅନ୍ୟତମ ଅତିଥି ରୂପେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରପ୍ରାପ୍ତ ତଥା ଏକାଡେମୀର ସଦସ୍ଯ ସଙ୍ଗୀତ ଗୁରୁ ଶ୍ରୀ ରଘୁନାଥ ପାତ୍ର, ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା ଓ ସାହିତ୍ୟିକ ତଥା ପ୍ରାକ୍ତନ ସାହିତ୍ୟ ଏକାଡେମୀ ସଭ୍ୟ ଶ୍ରୀ ବିଚିତ୍ରାନନ୍ଦ ବେବର୍ତ୍ତା ପ୍ରମୁଖ ଯୋଗ ଦେଇ ସଙ୍ଗୀତ ଜଗତର ଏକ ଉଜ୍ଜ୍ୱଳ ତାରକାର ଅନ୍ତ ଘଟିଥିବା ସହ ଏହା ଅପୂରଣୀୟ କ୍ଷତି ବୋଲି ପ୍ରକାଶ କରିଥିଲେ। ଏଥିସହ ଆଇନଜୀବୀ ଶ୍ରୀମତି ଇତିଶ୍ରୀ ମହାପାତ୍ର, ଶିକ୍ଷୟିତ୍ରୀ ଶ୍ରୀମତି ବବିତା ପୁରୋହିତ ନିଜର ଶୋକ ବାର୍ତ୍ତା ପ୍ରଦାନ କରିଥିଲେ। ଏହି ସଭାରେ ଅନୁଷ୍ଠାନର ବହୁ ଛାତ୍ରଛାତ୍ରୀ ଓ ଅଭିଭାବକ ଯୋଗ ଦେଇଥିଲେ। ଶେଷରେ ଅନୁଷ୍ଠାନର ଛାତ୍ରଛାତ୍ରୀ ମାନେ ଶାନ୍ତିଲତା ବାରିକଙ୍କ ସୁମଧୁର ଭଜନ ପରିବେଷଣ କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମକୁ ଶ୍ରୀ ରାଜେନ୍ଦ୍ର କୁମାର ରଥ, ଶ୍ରୀ ଗିରିଶ ଚନ୍ଦ୍ର ରଥ ଓ ସରୋଜ କୁମାର ପଣ୍ଡା ପରିଚାଳନା କରିଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More