ଗଜପତି(ସଂଘର୍ଷ ମିଡିଆ ) : – ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ଅଗ୍ରଣୀ ଅନୁଷ୍ଠାନ ଭକ୍ତି ସଙ୍ଗୀତ ସଂସଦ ପରିଚାଳିତ ସଙ୍ଗୀତ ବିଦ୍ୟାଳୟର ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। କାର୍ଯ୍ୟକ୍ରମକୁ ଦେବୀ ମଠର ମହନ୍ତ ଶ୍ରୀ ରାମା ନନ୍ଦ ଦାସଜି ଉଦଘାଟନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପାନ୍ତ ପ୍ରହରୀ ପୂର୍ଣ୍ଣ ଚନ୍ଦ୍ର ମହାପାତ୍ର ଯୋଗ ଦେଇ ଥିବା ବେଳେ ସମ୍ମାନୀତ ଅତିଥି ଭାବେ ଭୁବନେଶ୍ୱର ର ଓଡିଶୀ ସଂଗୀତଜ୍ଞ ଶ୍ରୀ ରମେଶ ଚନ୍ଦ୍ର ଦାସ ଯୋଗ ଦେଇଥିଲେ।ଏହି ଅବସରରେ ଶ୍ରୀ ଦାସଙ୍କୁ ସମ୍ମାନୀତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଭକ୍ତି ସଙ୍ଗୀତ ସଂସଦର ସଭାପତି ବସନ୍ତ ଦାସ,କାର୍ଯ୍ୟ କାରୀ ସଭାପତି ଇଂ ତୀର୍ଥ ବାସୀ ପଣ୍ଡା, ଉପ ସଭାପତି ପ୍ରଦୀପ ନାୟକ,ସମ୍ପାଦକ ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ରଥ,ଗୁରୁ ରଘୁନାଥ ପାତ୍ର ଓ ଗୁରୁ ଶ୍ରୀ ମାଧବ ପାତ୍ର ମଞ୍ଚା ସିନ ହୋଇ ଆମ ଓଡିଶୀ ସଙ୍ଗୀତର ଉଚ୍ଚ ପରମ୍ପରାକୁ ବଜାୟ ରଖିବାରେ ଭକ୍ତି ସଙ୍ଗୀତ ସଂସଦର ଆପ୍ରାଣ ଉଦ୍ୟମ କୁ ଭୂୟସୀ ପ୍ରଶଂସା କରିଥିଲେ। ବିଦ୍ୟାଳୟର ବାର୍ଷିକ ବିବରଣୀ ଶ୍ରୀମତୀ ସ୍ନିଗ୍ଧ। ମିଶ୍ର ଉପସ୍ଥାପନ କରିଥିଲେ।ଏଥିରେ ଅନୁଷ୍ଠାନର ଗୁରୁ ଓ ଛାତ୍ରଛାତ୍ରୀ ମାନେ ନିଜର ଯାଦୁକରି କଣ୍ଠ ସଙ୍ଗୀତରେ ଦର୍ଶକ ମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲେ।ଏହି କାର୍ଯ୍ୟକ୍ରମ ଗୁରୁ ରଘୁନାଥ ପାତ୍ର ଓ ଗୁରୁ ମାଧବ ପାତ୍ରଙ୍କ ନିର୍ଦ୍ଦେସନାରେ ଶ୍ରୀମତୀ ମଧୁସ୍ମିତା ପାତ୍ର ପରିଚାଳନା କରିଥିବା ବେଳେ ସମ୍ପାଦକ ରାଜେନ୍ଦ୍ର କୁମାର ରଥ ଧନ୍ୟବାଦ ଅର୍ପଣ କରିଥିଲେ । ଗଜପତିରୁ ବିବେକାନନ୍ଦ ବେହେରାଙ୍କ ରିପୋର୍ଟ ।