ଭକ୍ତଙ୍କୁ ଶ୍ରୀଅଲାରନାଥ ଦେବଙ୍କ ଅଣସର ଦର୍ଶନ ମନା

12

Get real time updates directly on you device, subscribe now.

ପୁରୀ ( ସଂଘର୍ଷ ମିଡିଆ ) : ଶ୍ରୀଅଲାରନାଥ ଦେବଙ୍କ ୧୪ଦିନିଆ ଅଣସର ନୀତି ଚଳିତମାସ ୬ତାରିଖରୁ ଆରମ୍ଭ ହେବ । ତେବେ କରୋନା ଯୋଗୁ ଚଳିତବର୍ଷ ସାଧାରଣ ଭକ୍ତଙ୍କୁ ଅଣସର ଦର୍ଶନ ମିଳିବା ଉପରେ ପ୍ରଶାସନ ପକ୍ଷରୁ କଟକଣା ଜାରି ହୋଇଛି । ମନ୍ଦିର ଚାରିପଟେ ବ୍ୟାରିକେଡ୍‌ କରାଯିବା ସହିତ ଆବଶ୍ୟକ ପଡିଲେ ମନ୍ଦିର ଚାରିପଟେ ୧୪୪ ଧାରା ଜାରି ହେବ ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । ମନ୍ଦିରର ପାଳିଆ ସେବକମାନେ ଶ୍ରୀଜୀଉଙ୍କ ଦୈନନ୍ଦିନ ନୀତି କରିବା ପାଇଁ ପ୍ରଶାସନ ପକ୍ଷରୁ ସେମାନଙ୍କୁ ପରିଚୟ ପତ୍ର ପ୍ରଦାନ କରାଯିବା ଲାଗି ବୁଧବାର ପ୍ରଶାସନ ଓ ମନ୍ଦିର ଟ୍ରଷ୍ଟବୋର୍ଡ ଏବଂ ସେବାୟତଙ୍କ ପକ୍ଷରୁ ମନ୍ଦିର ବେଢାରେ ଅନୁଷ୍ଠିତ ବୈଠକରେ ସ୍ଥିର କରାଯାଇଛି । 

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More