ଭଉଣୀ ଏକ ଫୁଟକୁ ଭାଇ ଦେଢ଼ ଫୁଟ , ସରକାରୀ ସହାୟତା ଅପେକ୍ଷାରେ ପରିବାର

8

Get real time updates directly on you device, subscribe now.

କଳାହାଣ୍ଡି(ସଂଘର୍ଷ ମିଡିଆ ) : – ଭଉଣୀ ଏକ ଫୁଟକୁ ଭାଇ ଦେଢ଼ ଫୁଟ, ଏହି ଦୁଇ ଭାଇ ଭଉଣୀକୁ ଦେଖିଲେ ସତେ ଯେପରି କେଉଁ ଦୁନିଆଁରୁ ଆସିଛନ୍ତି ବୋଲି ଲୋକେ ଚାହିଁ ବସିଥାନ୍ତି । ବର୍ତ୍ତମାନ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରି ଦିବ୍ୟଙ୍ଗ ମାନଙ୍କ ସୁବିଧା ସକାଶେ ଅନେକ ଯୋଜନା ପ୍ରଣୟନ କରିଛନ୍ତି , ହେଲେ ଏହି ଦୁଇ ଭାଇ ଭଉଣୀଙ୍କ ପାଇଁ ଯୋଜନା ଅପହଞ୍ଚ ହୋଇ ରହିଯାଇଛି । ବର୍ତ୍ତମାନ କଳାହାଣ୍ଡି ଜିଲ୍ଲା- ଜୁନାଗଡ଼ ବ୍ଲକ ଅନ୍ତର୍ଗତ ଦେଦର ପଞ୍ଚାୟତରୁ ଦେଖିବା ଏହି ରିପୋର୍ଟ । କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଦେଦର ପଞ୍ଚାୟତର ଝାକସିଆ ପଡ଼ାରେ ରୁହନ୍ତି ଏହି ଗେଡା ପରିବାର । ଭାଇ ଡମ୍ବରୁଧର ଭୋଇ ବୟସ 50 ବର୍ଷ ହୋଇ ଥିବା ବେଳେ, ଭଉଣୀ – ରଏବାରିର ବୟସ 70 ବର୍ଷ ହୋଇଥିବା ଜଣାଯାଇଛି । ଭାଇ ଡମ୍ବରୁଧରର ଉଚ୍ଚତା ଦେଢ଼ ଫୁଟ ହୋଇ ଥିବା ବେଳେ , ଭଉଣୀ ଏବାରିର ଉଚ୍ଚତା ଏକ ଫୁଟ ରହିଛି । ଏମାନେ ଦୁହେଁ ଜନ୍ମରୁ ଦିବ୍ୟଙ୍ଗ ଅଟନ୍ତି । ଜନ୍ମର କିଛି ବର୍ଷ ପରେ ତାଙ୍କ ଶରୀରର ଆଉ ବିକାଶ ହୋଇ ପାରିଲା ନାହିଁ । ଯାହାକୁ ନେଇ ପରିବାର ପକ୍ଷରୁ ଏକ ଚିନ୍ତାର କାରଣ ପାଲଟି ଯାଇଥିଲା । ଆର୍ଥିକ ଅନାଟନ ଯୋଗୁଁ ଆଉ ସେମାନଙ୍କୁ ଚିକିତ୍ସା କରାଇ ପାରିନଥିବା ବେଳେ, ଦୁଇ ଭାଇ ଭଉଣୀ ବର୍ତ୍ତମାନ ଗେଡା ହୋଇ ରହି ଗଲେ । ରଏବାରୀର ଉଛତା ଏତେ କମ ଯେ ସେ ସବୁବେଳେ ବସିଥିବା ପରି ଦେଖାଯାଏ । ଭାଇ ଡମ୍ବରୁ କମ ଉଚ୍ଚତା ଥାଇ ମଧ୍ୟ ମଇନ୍ତି ନାମକ ଏକ ଯୁବତୀଙ୍କୁ ବିବାହ କରି କର୍ମ ଜଞ୍ଜାଳରେ ଚଲିଆସୁଛନ୍ତି । ବିଧାତାଙ୍କ ବିଚିତ୍ର ଲୀଳା ଯେ, ବିବାହ କରିଥିବା ଯୁବତୀ ର ଉଚ୍ଚତା ମଧ୍ୟ ମାତ୍ର ପାଖା ପାଖି ତିନି ଫୁଟ । ଭଉଣୀରଏବାରି କମ ଉଚ୍ଚତା ହୋଇଥିବରୁ ସେ ବିବାହ ନକରି ଅବିବାହିତ ଜୀବନ ଯାପନ କରୁଅଛି । ଭାଇ ଡମ୍ବରୁ ନିଜେ ଚଳାବୁଲା କରିପାରୁ ଥିବାବେଳେ ଭଉଣୀ ରଏବାରି ଚଳାବୁଲା କରିପାରନ୍ତି ନାହିଁ । ସେ ସବୁବେଳେ ଅନ୍ୟ ଉପରେ ନିର୍ଭର କରିଥାଏ । ଭାଇର ବିବାହ ପୂର୍ବରୁ ଅନ୍ୟ ଲୋକଙ୍କ ଉପରେ ନିର୍ଭର କରିଆସୁଥିବା ବେଳେ ବିବାହ ପରେ ନିଜ ଭାଉଜ ମଇନ୍ତି ଉପରେ ନିର୍ଭର କରିଆସୁଛି । ଭାଉଜ ମଇନ୍ତି କେତେବେଳେ ପିଠିରେ ବସାଏ ତ କେତେବେଳେ ହାତରେ ଧରି ଏକ ସ୍ଥାନରୁ ଅନ୍ୟ ସ୍ଥାନକୁ ରଏବାରିକୁ ନେଉଥାଏ । ଦୁଃଖର ବିଷୟ ସରକାରଙ୍କ ନଜର ପଡୁନାହିଁ ଏହି ନିରୀହ ଗେଡା ଭାଇଭଉଣୀଙ୍କ ଉପରେ । ସରକାରଙ୍କ ତରଫରୁ ରେଶନ କାର୍ଡ ଯୋଗେ ମାସକୁ ମାତ୍ର ପାଞ୍ଚ କେ.ଜି ଲେଖାଏଁ ଚାଉଳ ଓ ଭତ୍ତା ବାବଦକୁ ଜଣକୁ ପାଞ୍ଚ ଶହ ଓ ଜଣକୁ ସାତ ଶହ ଟଙ୍କା ଦେଇ ସରକାର ନିଜ ଦାୟିତ୍ୱ ସାରି ଦେଇଛି । ଏହା ବ୍ୟତୀତ ଆଉ କୌଣସି ସୁବିଧା ଯୋଗାଇ ଦିଆଯାଇ ନାହିଁ । ଦୁହିଁଙ୍କୁ ଘର ,ପାଇଖାନା କିମ୍ବା ଟ୍ରାଇ ସାଇକେଲ ଟିଏ ମଧ୍ୟ ପ୍ରଦାନ କରାଯାଇ ନାହିଁ । ବର୍ତ୍ତମାନ ବାର ଦ୍ୱାର ବୁଲି ଭିକ ମାଗି ତିନି ପ୍ରାଣୀ ଚଳୁଛନ୍ତି । ତେବେ ବର୍ତ୍ତମାନ ଦେଖା ଯାଉ କେବେ ଏହି ନୀରିହ ଭାଇ ଭଉଣୀ ଙ୍କ ପାଖକୁ ସରକାରୀ ସହାୟତା ପହଁଚି ପାରୁଛି ତାହା ଏବେ ଦେଖିବାକୁ ବାକି ରହିଲା ।କଳାହାଣ୍ଡି ଜିଲ୍ଲା-ଧର୍ମଗଡରୁ ଲଷ୍ମୀ ରଂଜନ ବାଗଙ୍କ ରିପୋର୍ଟ ସଂଘର୍ଷ ନିୟୁଜ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More