ପୁରୀ(ସଂଘର୍ଷ ମିଡିଆ) : – ସେ ହେଉଛନ୍ତି ଜଗତର ନାଥ। ସେ ହେଉଛନ୍ତି ମହାପ୍ରଭୁ। ତାଙ୍କ ଆଶୀର୍ବାଦରେ ସବୁ କିଛି ସମ୍ଭବ। ତାଙ୍କର କରୁଣା ଥିଲେ ଜଣେ ଶାରୀରିକ ଭିନ୍ନ କ୍ଷମ ମଧ୍ୟ ପାହାଡ ଅତିକ୍ରମ କରି ପାରିବ। ଶ୍ରୀ ଗୁଣ୍ଡିଚା ମନ୍ଦିର ନିକଟରେ ଏମିତି ଏକ ଫୋଟୋ ଏବେ ସୋସିଆଲ ମିଡ଼ିଆରେ ଭାଈରାଲ୍ ହୋଇଚି ତାହା ଏହି ଉକ୍ତି ପ୍ରମାଣିତ କରିଚି। ଜଣେ ବୟସ୍କ ମହିଳା ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାଉଛନ୍ତି। ତାଙ୍କ ନାକରେ ଲାଗିଚି ଅକ୍ସିଜେନ ପାଇପ । ତାଙ୍କ ସାଥୀରେ ଅଛନ୍ତି ଜଣେ ଯୁବକ । ସେ ଅକ୍ସୀଜେନ ସିଲିଣ୍ଡର ନିଜ କାନ୍ଧରେ ଧରି ସେହି ବୃଦ୍ଧାଙ୍କ ପଛରେ ଚାଲି ଯାଉଛନ୍ତି। ଏମାନଙ୍କ ପରିଚୟ ମିଳିନଥିଲେ ମଧ୍ୟ ସମ୍ଭବତ ମା ଓ ପୁଅ ବୋଲି ଅନୁମାନ କରାଯାଉଛି। ଓଡ଼ିଶା ପୋଲିସର ସି ଆଇ ଡି କ୍ରାଇମ୍ବ୍ରାଞ୍ଚର ଇନ୍ସପେକ୍ଟର ଭାବେ କାର୍ଯ୍ୟରତ ଜସୱନ୍ତ ଏହି ଫୋଟୋଟି ଉଠାଇ ନିଜ ସୋସିଆଲ ମିଡ଼ିଆରେ ସାଇଟରେ ଅପଲୋଡ଼ କରିଛନ୍ତି। ଯାହାକି ବେଶ୍ ଭାଈରାଲ ହେବାରେ ଲାଗିଛି। ମହାପ୍ରଭୁଙ୍କ ପ୍ରତି ଜଣେ ଭକ୍ତଙ୍କ କେତେ ପ୍ରଗାଢ ଭକ୍ତି ଏହି ଫୋଟୋ ପ୍ରମାଣିତ କରୁଚି। ଜଣେ ଅସୁସ୍ଥ ଥାଇ ମଧ୍ୟ ନାକ ରେ ଅକ୍ସିଯେନ୍ ଲଗାଇ ଅତି ଆତ୍ମ ବିଶ୍ୱାସର ସହ ସେ ନିଜର କାଳିଆର ଶ୍ରୀ ମୁଖ ଆଡ଼ପ ମଣ୍ଡପରେ ଦେଖିବକୁ ଚାଲି ଆସିଛି। ସାଧାରଣ ଭାବେ ଦେହ ଖରାପ ହେଲେ ଲୋକ ମାନେ ଘରେ ବିଶ୍ରାମ ନେଇଥାନ୍ତି। ହେଲେ ଏ ବୃଦ୍ଧା ଜଣଙ୍କ ନିଜ ଅସୁସ୍ଥତା ଖାତିର ନ କରି ଆଡ଼ପ ମଣ୍ଡପରେ ମହାପ୍ରଭୁଙ୍କୁ ଦର୍ଶନ ପାଇଁ ଚାଲି ଆସିଛନ୍ତି । ତେବେ କୁହାଯାଇଛି ମହାପ୍ରଭୁ ଙ୍କ ଡୋରି ଲାଗିଲେ କେହି ଅଟକାଇ ପାରିବେନି। ବୋଧେ ସେଇଆ ହିଁ ହୋଇଛି। କାଳିଆର ଡୋରି ଲାଗିଥିବାରୁ ଭକ୍ତଟିଏ ଆସି ଆଡ଼ପ ମଣ୍ଡପରେ ପହଂଚି ଯାଇଚି। ଆଉ ଏହି ଚିତ୍ର ବୟାନ କରୁଚି ଭକ୍ତ ଓ ଭଗବାନଙ୍କ ମଧ୍ୟରେ ମିଳନରେ କିଛି ବି ବାଧା ସୃଷ୍ଟି ହୋଇ ପାରିବ ନାହିଁ।