ବୟସ୍କ ଧର୍ମପରାୟଣ ମହିଳାଙ୍କ ପରଲୋକ

25

Get real time updates directly on you device, subscribe now.

ରାଇରଙ୍ଗପୁର (ସଂଘର୍ଷ ମିଡିଆ ) : ରାଇରଙ୍ଗପୁର ସହରର ୱାର୍ଡ ନମ୍ବର ତିନି (କୁଚେଇବୁଡ଼ି) ଅଞ୍ଚଳ ର ଅଧିବାସୀ ସୁଚିତ୍ରା ପଣ୍ଡା(୯୪) ଗତ ୧୨.୦୫.୨୦୨୨ ଗୁରୁବାର ରାତି ୧୦.୪୫ମିନିଟ ସମୟରେ ତାଙ୍କ ବାସଭବନରେ ପରଲୋକ ହୋଇଯାଇଛି। ତାଙ୍କ ସ୍ଵାମୀ ସ୍ବର୍ଗତ ବିପିନ ପଣ୍ଡା ଗୋରୁମହିଷାଣୀ/ସୁକିନ୍ଦା ଟାଟା କମ୍ପାନୀର ଲୁହା ଖଣିରେ କାମ କରୁଥିଲେ। ତାଙ୍କ ମୃତ୍ୟୁ ସମୟରେ ତିନି ପୁତ୍ର ଅମର,ବୁଟ, କଟି ନାତି ନାତୁଣୀ ଟନି, ବାନୀ, ଶୁଭମ୍,ନିକିତା,ନିକି ଓ ପୁତ୍ରବୋଧୁ ମାନେ ଉପସ୍ଥିତ ଥିଲେ।ମୃତ୍ୟୁ ବରଣର ଖବର ପାଇ ସହରର ବହୁ ଗଣ୍ୟମାନ୍ୟ ବ୍ୟକ୍ତି ଓ ଶୁଭେଚ୍ଛୁ ପ୍ରମୁଖ ପହଞ୍ଚି ଶେଷ ଦର୍ଶନ ପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ବାମନ ଘାଟି ବ୍ରାହ୍ମଣ ମହାସଭା ର ପ୍ରସନ୍ନ ଷଡ଼ଙ୍ଗୀ,ପାର୍ଥ କବି,ଅଶ୍ଵିନୀ ପଣ୍ଡା, ନିରୋଜ ପଣ୍ଡା,ସତ୍ୟରଞ୍ଜନ ମହାପାତ୍ର,ରମାକାନ୍ତ ପଣ୍ଡା,ବିରେଶ କବି,ମାନସ ଓତା,ବାଇଧର ପଣ୍ଡା,ସଂଗ୍ରାମ କବି,ଗୋକୁଳ ପାଣି ଓ ବହୁ ସଦସ୍ୟ ବୃନ୍ଦ ଉପସ୍ଥିତ ରହି ମର ଶରୀର ରେ ପୁଷ୍ପମାଲ୍ୟ ଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ସ୍ଥାନୀୟ ଖଡ଼ଖାଇ ନଦୀ ସମୀପରେ ଅବସ୍ଥିତ ଶ୍ମଶାନରେ ତାଙ୍କ ବଡ ପୁଅ ଅମର ପଣ୍ଡା ମୁଖାଗ୍ଣି ଦେଇଥିଲେ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More