ଜଗତସିଂହପୁର(ସଂଘର୍ଷ ମିଡିଆ) : -ଜଗତସିଂହପୁର ଜିଲ୍ଲାର ଅଗ୍ରଣୀ ଅନୁଷ୍ଠାନ ବ୍ୟାସ ଫାଉଣ୍ଡେସନ ଚାରିଟେବଲ ଟ୍ରଷ୍ଟ ପକ୍ଷରୁ ସ୍ଥାନୀୟ ଆଦିକବି ଶାରଳା ଦାସ ସଂସ୍କୃତି ଭବନ ପରିସରରେ ତ୍ରୈମାସିକ ପତ୍ରିକା ଓ ପ୍ରତିଭା ପୂଜନ ସମାରୋହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।ବ୍ୟାସ ଫାଉଣ୍ଡେସନ ର ଅଧଖ୍ୟା ସ୍ନେହମୟୀ ଆଚାର୍ଯ୍ୟ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମାରୋହରେ ବରେଣ୍ୟ ଅତିଥି ଭାବେ ଋଷିକେଶ ହରିଦ୍ୱାରର ପରମପୂଜ୍ୟ ସ୍ୱାମୀ ଚିଦାନନ୍ଦ ସରସ୍ୱତୀ ମହାରାଜ, ଜିଲା ପରିଷଦ ଅଧ୍ୟକ୍ଷ ମନୋଜ କୁମାର ଭୋଇ, ଆଦର୍ଶ ବିଦ୍ୟାଳୟ ଓଡ଼ିଶାର ରାଜ୍ୟ ପ୍ରକଳ୍ପ ଅଧିକାରୀ ସଂଗ୍ରାମ କେଶରୀ ମହାପାତ୍ର, ଅତିରିକ୍ତ ଜିଲ୍ଲାପାଳ ସଚ୍ଚିଦାନନ୍ଦ ସାହୂ, ନାଇଜର କୁଳ ସଚିବ ଡକ୍ଟର ଅଭୟ କୁମାର ନାୟକ,ଲୋକ ସେବକ ମଣ୍ଡଳ ର ରାଷ୍ଟ୍ରୀୟ ସମ୍ପାଦକ ଡକ୍ଟର ପ୍ରଭାସ ଆଚାର୍ଯ୍ୟ ଯୋଗଦେଇ କହିଥିଲେ ଜିଲାରେ ବ୍ୟାସ ଫାଉଣ୍ଡେସନ କରୁଥିବା ସମାଜସେବା, ମାନବସେବା, ଆଧ୍ୟାତ୍ମିକ ଭଳି କାର୍ଯ୍ୟକୁ ପ୍ରସଂସା କରିବା ସହ ବ୍ୟାସ ଫାଉଣ୍ଡେସନର ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟ ଜାରି ରଖିବାକୁ ପରାମର୍ଶ ଦେଇଥିଲେ।ପରେ ବରେଣ୍ୟ ଅତିଥି ମାନଙ୍କ ଦ୍ୱାରା ତ୍ରୈମାସିକ ଗୀତାଜ୍ଞାନାଞ୍ଜନ ପତ୍ରିକାର ଶୁଭ ଉନ୍ମୋଚନ କରିଥିଲେ।ପରେ ପୂଜ୍ୟ ପୂଜାକୁ ସମ୍ମାନ ଜଣାଇ ପ୍ରତିଭା ପୂଜନ ସମାରୋହ କାର୍ଯ୍ୟକ୍ରମ ରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ, ଅଧ୍ୟାପକ ହିମାଂଶୁ ଆଚାର୍ଯ୍ୟ, ସୁପ୍ରିମକୋର୍ଟ ର ବରିଷ୍ଠ ଆଇନଜୀବୀ ଡକ୍ଟର ଶୁସାନ୍ତ କାନୁନଗୋ,ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ କାମିନୀ ରଂଜନ ପଟ୍ଟନାୟକ,ଉଦୟନାଥ ସ୍ବାଇଁ ପ୍ରମୂଖ ବରିଷ୍ଠ ବ୍ୟକ୍ତି ବିଶେଷଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ସଭାପତି ପଣ୍ଡିତ ସିଧେଶ୍ୱର ପଣ୍ଡା ଓ ଉପଦେଷ୍ଟା ପଣ୍ଡିତ ପ୍ରଶାନ୍ତ କୁମାର ଶତପଥୀ ପ୍ରମୂଖ ପରିଚାଳନା କରିଥିଲେ।ଏହି କାର୍ଯ୍ୟକ୍ରମ ରେ ବହୁ ଜ୍ଞାନୀ ଗୁଣୀ ଉପସ୍ଥିତ ଥିଲେ। ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।