ଜଗତସିଂହପୁର(ସଂଘର୍ଷ ମିଡିଆ ) : -ଜଗତସିଂହପୁର ଜିଲାପାଳ ଳ କାର୍ଯ୍ୟାଳୟର ସଦଦ୍ଭାବନା ସଭାଗୃହ ଠାରେ ବ୍ୟାଙ୍କ ସମୂହ ଜିଲା ପରାମର୍ଶଦାତା କମିଟି ଓ ଜିଲା ସ୍ତରୀୟ ସମୀକ୍ଷା କମିଟି ବୈଠକ ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ଅଧ୍ୟକ୍ଷତା କରି ଜିଲାପାଳ ଶ୍ରୀ ମହାପାତ୍ର କହିଲେ ବର୍ତ୍ତମାନ କୋଭିଡ ମହାମାରୀ ସଂକ୍ରମଣ ପ୍ରରିପେକ୍ଷିରେ ସରକାର ତାଲା ବନ୍ଦ ଘୋଷଣା କରିଥିବାରୁ ସାଧାରଣ ଜନତାଙ୍କ ଜୀଵନ ଜୀବିକା ବିଶେଷ କ୍ଷତି ଗ୍ରସ୍ତ ହୋଇଛି।ଏହି ସମୟରେ ବ୍ୟାଙ୍କ ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ।ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନାରେ ହିତାଧିକାରୀଙ୍କୁ ଆବଶ୍ୟକୀୟ ଋଣ ଓ ସବସିଡ ପ୍ରଦାନ ଦିଗରେ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ବ୍ୟାଙ୍କ ମାନଙ୍କୁ ପରାମର୍ଶ ଦେଇଥିଲେ।ହିତାଧିକାରୀଙ୍କୁ ବାରମ୍ବାର ବ୍ୟାଙ୍କ କୁ ଦୌଡାଇବା ଇତ୍ୟାଦି କାର୍ଯ୍ୟରୁ ନିବୃତ ରହି ଯଥା ସମୟରେ ଋଣ ପ୍ରଦାନ କଲେ ରାଜ୍ୟ ସରକାରଙ୍କ ଯୋଜନା ସୁଫଳ ମିଳିପାରିବ।ଏହି ବୈଠକରେ ଷ୍ଟେଟବ୍ୟାଙ୍କ ଆଞ୍ଚଳିକ ମ୍ୟାନେଜର ସୁବାଷ ଚନ୍ଦ୍ର ବେହେରା, ଏଲ ଡି ଓ ଆରବି ଆଇ ତାରିଣୀ ଚରଣ ପାଇକ,ଜିଲା ଉନ୍ନୟନ ମ୍ୟାନେଜର ନାବାର୍ଡ ବିଶ୍ୱଭୂଷଣ ମହାନ୍ତି ଯୋଗଦେଇ ଟାର୍ଗେଟ ଆଚିଭମେଣ୍ଟ କରିବା ପାଈଁ ବ୍ୟାଙ୍କ ଗୁଡିକୁ ଯତ୍ନବାନ ହେବା ଉଚିତ।ଋଣ ପ୍ରଦାନରେ କୌଣସି ସମସ୍ୟା ଦେଖାଯାଏ ତେବେ ଆରବୀ ଆଇର ଦୃଷ୍ଟି କୁ ଆଣିଲେ ଏହାର ତୁରନ୍ତ ସମାଧାନ କରାଯାଇପାରିବ।ବୈଠକରେ ବାର୍ଷିକ ଋଣ ଯୋଜନା 2021-22କୁ ଜିଲାପାଳ ସଂଗ୍ରାମକେଶରୀ ମହାପାତ୍ର ଉନ୍ମୋଚନ କରିଥିଲେ।ବୈଠକରେ ବିଭିନ୍ନ ଋଣ ଯୋଜନା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଜଗତସିଂହପୁରରୁ ଦୁର୍ଯ୍ୟୋଧନ ମହାରଣାଙ୍କ ରିପୋର୍ଟ ସଙ୍ଘର୍ଷ ନିଉଜ୍।
Get real time updates directly on you device, subscribe now.