ବ୍ଳକ ସ୍ତରୀୟ ସ୍ୱାସ୍ଥ୍ୟମେଳା ଅନୁଷ୍ଠିତ

10

Get real time updates directly on you device, subscribe now.

ବିରିଡି(ସଂଘର୍ଷ ମିଡିଆ ) : ଆୟୁଷ୍ଟାନ ଭାରତ ଯୋଜନାରେ ବିରିଡି ବ୍ଳକ ସ୍ତରୀୟ ସ୍ୱାସ୍ଥ୍ୟମେଳା ଆଜି ବିରିଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଠାରେ ଅନୁଷ୍ଠିତ ହୋଇଯାଇଛି।ଏହି ମେଳାଙ୍କୁ ଜଗତସିଂହପୁର ସାଂସଦ ଡାକ୍ତର ରାଜଶ୍ରୀ ମଲ୍ଲିକ୍ ଉଦଘାଟନ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଜଗତସିଂହପୁର ଜିଲ୍ଲା ପରିଷଦ ଅଧ୍ୟକ୍ଷ ମନୋଜ ଭୋଇ,ବ୍ଳକ ଅଧ୍ୟକ୍ଷା ମମତା ପାତ୍ର, ଉପାଧ୍ୟକ୍ଷା ପିନାକୀ ପ୍ରିୟଦର୍ଶିନୀ,ଜିଲ୍ଲା ପରିଷଦ ସଭ୍ୟ ଚନ୍ଦ୍ରଶେଖର ଦାଶ, ବିଡ଼ିଓ ହେମନ୍ତ କୁମାର ମହାନ୍ତ,ସିଡିଏମଓ କ୍ଷେତ୍ରବାସୀ ଦାସ୍,ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରର ଅଧିକାରୀ ରାକେଶ ମହାନ୍ତି ପମୁଖ ଯୋଗଦେଇଥିଲେ। ଜନସାଧାରଣ ଏହି ମେଳାରେ କିକି ପ୍ରକାର ସ୍ୱାସ୍ଥ୍ୟ ଜନିତ ସୁବିଧା ପାଇପାରିବେ ସେ ସମ୍ବନ୍ଧରେ ଅବଗତ କରାଇଥିଲେ।ମେଳାରେ ବିଶେଷଜ୍ଞମାନଙ୍କ ଦ୍ଵାରା ସ୍ୱାସ୍ଥ୍ୟ ପରୀକ୍ଷା,ନିଦାନ ବିଭାଗର ଆନୁସାଙ୍ଗିକ ପରୀକ୍ଷା ଓ ମାଗଣାରେ ଔଷଧ ଯୋଗାଇଦେବାର ବେବସ୍ଥା କରାଯାଇଥିଲା।ବିରିଡିରୁ ରାଖଲ ମଲ୍ଲିକଙ୍କ ରିପୋର୍ଟ ।

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More