ବ୍ଳକ ସ୍ତରୀୟ ପ୍ରବନ୍ଧ ବକ୍ତୃତା ଓ ଗୀତ ପ୍ରତିଯୋଗିତା ଅନୁଷ୍ଠିତ

21

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ): – ସ୍ଵାଧୀନତା ଦିବସ ର ୭୭ ତମ ପୂର୍ତ୍ତି ଅବସରରେ ବ୍ଳକ ସ୍ତରୀୟ ପ୍ରବନ୍ଧ, ବକ୍ତୃତା ଓ ଗୀତ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି l ଡାବୁଗାଁ ସମଗ୍ର ଗୋଷ୍ଠୀ ଶିକ୍ଷା ଅଧିକାରୀ ଶିବ ଶଙ୍କର ମଣ୍ଡଳ ଙ୍କ ତତ୍ତ୍ଵାବଧାନରେ ଉକ୍ତ ପ୍ରତିଯୋଗୀତା ଅନୁଷ୍ଟିତ ହୋଇଥିଲା l ୧୧୩ ଜଣ ଛାତ୍ରଛାତ୍ରୀ ଉକ୍ତ ପ୍ରତିଯୋଗୀତାରେ ଅଂଶ ଗ୍ରହଣ କରିଥିବା ବେଳେ ସ୍ଥାନୀୟ ଭୂତପୂର୍ବ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରତିଯୋଗୀତା ଅନୁଷ୍ଟିତ ହୋଇ ଥିଲା l କନିଷ୍ଠ, ବରିଷ୍ଠ (ପ୍ରଥମ ରୁ କଲେଜ ଛାତ୍ର ଛାତ୍ରୀ ପର୍ଯ୍ୟନ୍ତ) ବିଭାଗର ଛାତ୍ର ଛାତ୍ରୀ ଭାଗ ନେଇ ବିଭିନ୍ନ ବିଭାଗରୁ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ର ଛାତ୍ରୀ ମାନଙ୍କୁ ମନୋନୀତ କରାଯାଇଥିଲା l ବିଭିନ୍ନ ପ୍ରତିଯୋଗୀତା ର ବିଚାରକ ମଣ୍ଡଳୀ ମାନଙ୍କ ମଧ୍ୟରେ କୃଷ୍ନ ଚନ୍ଦ୍ର ପଣ୍ଡା, ବିକାଶ ରଞ୍ଜନ ନିଶଙ୍କ,ବନଲତା ମହାନ୍ତି, ବିଷ୍ନୁ ପ୍ରିୟା ବେହେରା, ହେମେନ୍ଦ୍ର ନାଥ ବେହେରା, ଧନଞ୍ଜୟ ବଡଜେନା,ଅଜିତ୍ ଷଡଙ୍ଗୀ,ବର୍ଷା ରାଣୀ ରାଉତ, ଗୀତାଞ୍ଜଳି ନିହାଲ, ଗିରୀଶ ବାଳା ଜେନା ପ୍ରମୂଖ ଦାୟିତ୍ଵ ନିର୍ବାହ କରିଥିବା ବେଳେ ହେମନ୍ତ କୁମାର ପଣ୍ଡା, ପୁଷ୍ପାଞ୍ଜଳି ମଣି ଏବଂ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ସମସ୍ତ ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ l ସେହିମାନେ ହିଁ ତା ୧୦/୦୮/୨୦୨୩ ରେ ହେବାକୁଥିବା ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିବେ l ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ବିତରଣ ଉତ୍ସବରେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ଗୋଷ୍ଠୀ ସାଧନ କେନ୍ଦ୍ର ସଂଯୋଜକ ଭାଗବାନ ମାଝୀ ଙ୍କ ସଭାପତିତ୍ବରେ ସମ୍ମାନିତ ଅତିଥି ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ସନ୍ତୋଷ କୁମାର ସାହୁ, ମୁଖ୍ୟ ବକ୍ତା ଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦେବରାଜ ଗୋପାଲ ମଞ୍ଚ ଉପରେ ରହିଥିବା ବେଳେ ଆଂଚଳିକ ସାଧନ କେନ୍ଦ୍ର ସଂଯୋଜକ ଗୁପ୍ତେ ପ୍ରସାଦ ନାଗ କାର୍ଯ୍ୟକ୍ରମକୁ ଖୁବ୍ ସୁନ୍ଦର ଭାବେ ପରିଚାଳନା କରିଥିଲେ l ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More