ବ୍ଳକ ସ୍ତରୀୟ ନିର୍ମାଣ ଶ୍ରମିକ ସହାୟତା କର୍ମଶାଳା ଅନୁଷ୍ଠିତ

9

Get real time updates directly on you device, subscribe now.

ନବରଙ୍ଗପୁର (ସଂଘର୍ଷ ମିଡିଆ ): – ସରକାର ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଗଠନ କରି ନିର୍ମାଣ ଶ୍ରମିକ ମାନଙ୍କ ପାଇଁ ଅନେକ ପ୍ରକାର ସହାୟତା ପ୍ରଦାନ କରୁଛନ୍ତି l ଶ୍ରମିକ କଲ୍ୟାଣ ବୋର୍ଡ ତରଫରୁ ପଞ୍ଜିକରଣ କରାଯାଉଛି ଓ ସହାୟତା ପ୍ରଦାନ କରାଯାଉଛି ଯଥା ମୃତ୍ୟୁ,ବିବାହ, ଶିକ୍ଷା, ପ୍ରସବ କାଳୀନ ଓ ବିଭିନ୍ନ ସହାୟତା ସେହି ସହାୟତା ବ୍ଳକ ମାନଙ୍କରେ ଏକ କାର୍ଯ୍ୟକ୍ରମ ପାଇଁ ସରକାର ନିର୍ଦେଶ ପରେ ନବରଙ୍ଗପୁର ଜିଲ୍ଳା ଶ୍ରମ କାର୍ଯ୍ୟାଳୟ ଆନୁକୂଲ୍ୟରେ ନବରଙ୍ଗପୁର ବ୍ଳକ ସମ୍ବିଳନୀ କକ୍ଷରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏଥିରେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ଓ ଅନ୍ୟତମ ଅତିଥି ବ୍ଳକ ଅଧକ୍ଷ,ଜିଲ୍ଳା ଲେବର କମିଶନର କୁବେର ବେହେରା,ଜିଲ୍ଳା ଶ୍ରମ ଅଧିକାରୀ ରଞ୍ଜନ କିଶୋର ବେହେରା, ସହକାରୀ ଜିଲ୍ଳା ଶ୍ରମ ଅଧିକାରୀ ଛୋଟରାୟ ଟୁଡୁ, ପଦ୍ମ ଚରଣ ପଣ୍ଡା,କଲ୍ୟାଣ ସମନ୍ନୟକାରି ମହନ କୁମାର,ଡାଟା ଅପରେଟର ପ୍ରେମ ଲାଲ ସାହୁ,ଅର୍ଜୁନ ଦୁର୍ଗା ଓ ସମସ୍ତ ଅଧିକାରୀ ଉପସ୍ଥିତ ଥିଲେ l ସେଥିରେ ମୃତ୍ୟୁ କାଳୀନ ସହାୟତା 37 ଜଣ କୁ 75,85,00 ଟଙ୍କା ବିବାହ ସହାୟତା 83 ଜଣ କୁ 415000 ଟଙ୍କା, ପ୍ରସବ କାଳୀନ ସହାୟତା 18 ଜଣ କୁ 180000 ଟଙ୍କା, ଶିକ୍ଷା ସହାୟତା 90 ଜଣ କୁ 360000 ଟଙ୍କା ମୋଟ 1227500 ଟଙ୍କା ର ସହାୟତା ପ୍ରଦାନ କରାଯାଇଛି l ଏଥିରେ ଶ୍ରମିକ ସଂଗଠନ ର କର୍ମକର୍ତ୍ତା ଅନେକ ଶ୍ରମିକ ମାନେ ଉପସ୍ଥିତ ଥିଲେ l ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More