ବ୍ଳକ ଓ ପଞ୍ଚାୟତ ଉନ୍ନୟନ ଯୋଜନା ଉପରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

10

Get real time updates directly on you device, subscribe now.

ନବରଙ୍ଗପୁର(ସଂଘର୍ଷ ମିଡିଆ): – ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକ ସମ୍ମିଳନୀ କକ୍ଷରେ ବ୍ଲକ ପଞ୍ଚାୟତ ଉନ୍ନୟନ ଯୋଜନା ଉପରେ ଏକ ପ୍ରସ୍ତୁତି ବୈଠକ ବ୍ଲକ ଅଧ୍ୟକ୍ଷା ବୀଣା ମାଝୀ ଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଅପରାହ୍ନ ୪ ଘ. ସମୟରେ ଅନୁଷ୍ଠିତ ହୋଇଯାଇଛି | ଏଥିରେ ବିଭିନ୍ନ ବିଭାଗରେ ବ୍ଲକ ଓ ପଞ୍ଚାୟତର ଉନ୍ନୟନ ଯୋଜନା ଉପରେ ଆଲୋଚନା କରାଯାଇଥିଲା | ଏହି ବୈଠକରେ ଜିଲ୍ଲା ପରିଷଦ ସଭ୍ୟ ଧନସିଂ ଭତ୍ରା ଓ ଗୁପ୍ତ ବିଶୋଇ, ରାଜ୍ୟସଭା ସାଂସଦ ପ୍ରତିନିଧି ରମାରାଓ ଚୌଧୁରୀ, ବିଡିଓ ଶରତ ମାଝୀ, ଏବିଡିଓ ପଦ୍ମନାଭ ତ୍ରିପାଠୀ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଯତୀନ ପାଣିଗ୍ରାହୀ, ଜଳ ଓ ପରିମଳ ବିଭାଗ କନିଷ୍ଠ ଯନ୍ତ୍ରୀ ଶ୍ୟାମସୁନ୍ଦର ବେସ୍ରା, ସହକାରୀ କୃଷି ଅଧିକାରୀ ସୋମେନ୍ଦ୍ର ବିଶ୍ଵାସ, ମୃତ୍ତିକା ସଂରକ୍ଷଣ ରେଞ୍ଜର ଗୌତମ ସେଠୀ, ବରିଷ୍ଠ ମତ୍ସ୍ୟ ବୈଷୟିକ ସହାୟିକା ସଙ୍ଗୀତା ସାମଲ, ଅଙ୍ଗନୱାଡି ସୁପରଭାଇଜର କୁନମୁନ ସେନାପତି ଓ ରୋଜାଲିନ ପ୍ରଧାନ, ବନପାଳ ଉମାକାନ୍ତ ପଟ୍ଟନାୟକ, ମିସନଶକ୍ତି ବିପିଏ ନବୀନ ଭତ୍ରା, ଉନ୍ନୟନ କିରାଣୀ ଶେଫାଳୀ ଦେ ଓ ବିଭିନ୍ନ ବିଭାଗୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ | ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ସଂଘର୍ଷ ନିଉଜ୍ l

Get real time updates directly on you device, subscribe now.

Leave A Reply

Your email address will not be published.

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More